୧୧ ନୁହେଁ ୨୭ ପ୍ରତିଶତ ସଂରକ୍ଷଣ ଦାବି କରିଛି କଂଗ୍ରେସ। ଚାପରେ ପଡି ବିଜେପି ସରକାର ୧୧.୨୫ ପ୍ରତିଶତ ସଂରକ୍ଷଣ ଦେଇଛନ୍ତି। ଯେପର୍ଯ୍ୟନ୍ତ OBCଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ନମିଳିଛି, ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ପିସିସି ସଭାପତି। ପ୍ରତିବାଦରେ ଆସନ୍ତାକାଲିଠୁ ଅହୋରାତ୍ର ଧାରଣା ଦେବ କଂଗ୍ରେସ। ଲୋୟର ପିଏମଜିରେ ଧାରଣା ଦେବେ କଂଗ୍ରେସ ନେତା। ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ ଦାବି କରିଛି।