ସଂଚାର ବ୍ୟୁରୋ: ଭଦ୍ରକ ଜିଲ୍ଲାର ସାତଭଉଣୀ ମନ୍ଦିରରୁ ଚୋରି । ମନ୍ଦିର ତାଲା ଭାଙ୍ଗି ଲୁଟି ନେଲେ ରୂପା ଅଳଙ୍କାର । ଦୁଇଟି ରୁପା ମୁକୁଟ, ମାଙ୍କର ଦୁଇଟି ରୂପା ହାର ସହ ଅନ୍ୟ ଅଳଙ୍କାର ଚୋରି ହୋଇଛି । ଚୋରି ଅଳଙ୍କାରର ଆନୁମାନିକ ମୂଲ୍ୟ ୨ ଲକ୍ଷରୁ ଅଧିକ ଟଙ୍କା ହେବ । ସିସିଟିଭି ତାର କାଟି ଅଭିନବ ଉପାୟରେ ଲୁଟ ହୋଇଛି । ଅଭିଯୋଗ ପରେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।