ସଂଚାର ବ୍ୟୁରୋ: ଚୋରା ମଦ ବ୍ୟବସାୟକୁ କେନ୍ଦ୍ର କରି ଯୁବକଙ୍କୁ ପୋଲିସ ଆଗରେ ମରଣାନ୍ତକ ଆକ୍ରମଣ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ମର୍ଦ୍ଦକୋଟ ପଞ୍ଚାୟତ କଣ୍ଟାପଡ଼ାରେ ଘଟିଛି ଏପରି ଘଟଣା । ଚୋରା ମଦ କାରବାରକୁ ନେଇ ଦୀର୍ଘଦିନ ହେଲା ଦୁଇ ଗୋଷ୍ଠୀ ମଧ୍ଯରେ ଲାଗିରହିଥିଲା ବିବାଦ । ଆଜି ଉଭୟ ଗୋଷ୍ଠୀ ମୁହାମୁହିଁ ହୋଇଥିବା ବେଳେ ଗ୍ରାମର ରତ୍ନାକର ଖଟୁଆଙ୍କୁ ଗୋଟିଏ ଗୋଷ୍ଠୀ ଆକ୍ରମଣ କରିଥିଲେ । ପୋଲିସ ପହଞ୍ଚି ରତ୍ନାକରଙ୍କୁ ଉଦ୍ଧାର କରି ଗାଡ଼ିରେ ବସାଇ ନେବା ସମୟରେ କିଛି ବ୍ୟକ୍ତି ଗାଡିରୁ ଟାଣିଆଣି ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ରତ୍ନାକର ଗୁରୁତର ହୋଇଥିବାବେଳେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି । ସେପଟେ ଗଣ୍ଡଗୋଳ ସମୟରେ ଭିଡ଼ିଓ ଭାଇରାଲ ହୋଇଛି ।