ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନର ଆଜି ତୃତୀୟ ଦିନ। ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ସଂସଦରେ ପହଞ୍ଚିଥିଲେ। ସେ ଲୋକସଭାରେ ସାଂସଦ ଭାବରେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମୟରେ ସେ ତାଙ୍କ ହାତରେ ସମ୍ବିଧାନର ଏକ କପି ଧରିଥିଲେ। ପ୍ରିୟଙ୍କାଙ୍କ ସହ ତାଙ୍କ ମାଆ ସୋନିଆ ଏବଂ ରାହୁଲ ଗାନ୍ଧୀ ମଧ୍ୟ ସଂସଦରେ ପହଞ୍ଚିଥିଲେ। ପ୍ରିୟଙ୍କାଙ୍କ ବିଜୟ ପରେ ଏବେ ସଂସଦରେ ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିଛି। ରାହୁଲ ଓ ପ୍ରିୟଙ୍କାଙ୍କୁ ଲୋକସଭାରେ ଏବଂ ସୋନିଆଙ୍କୁ ରାଜ୍ୟସଭାରେ ଦେଖିବାକୁ ମିଳିଛି।
ୱାଏନାଡ ଆସନରୁ ଉପ-ନିର୍ବାଚନରେ ପ୍ରିୟଙ୍କା ଜିତିଛନ୍ତି। ପ୍ରିୟଙ୍କାଙ୍କ ସହ ନନ୍ଦେଦରୁ ଉପ-ନିର୍ବାଚନରେ ଜିତିଥିବା ରବିନ୍ଦ୍ର ଚହ୍ବାନ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଲୋକସଭାରେ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଆଦାନୀ ପ୍ରସଙ୍ଗରେ ଉତ୍ତେଜନା ଦେଖାଦେଇଥିଲା। ରାଜ୍ୟସଭାରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା। ଏହା ପରେ ଉଭୟ ଗୃହକୁ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେରଳର ୱାଏନାଡ ଲୋକସଭା ଉପ-ନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀଙ୍କ ବିଜୟ ପରେ କଂଗ୍ରେସ ପୁଣି ଥରେ ଲୋକସଭାରେ ୯୯ ଜଣ ସାଂସଦ ଅଛନ୍ତି।