ଭୁବନେଶ୍ବର : ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଉପସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଗୃହରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି। ମୋଟ ୧୨,୧୫୬ କୋଟି ଟଙ୍କାର ବ୍ୟୟବରାଦ ବିଧାନସଭାରେ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥାପନ କରିଛନ୍ତି।
ଏଥିରେ ମହିଳା ଓ ଶିଶୁଙ୍କୁ ସଶକ୍ତ କରିବା ପାଇଁ ଅତିରିକ୍ତ ବଜେଟରେ ବ୍ୟୟବରାଦ କରାଯାଇଛି। ସୁଭଦ୍ରା ଯୋଜନା ପାଇଁ ୧୧୯୬ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଆଇସିଡିଏସକୁ ରାଜ୍ୟ ସହାୟତା ପାଇଁ ୨୪ କୋଟି ଟଙ୍କା ଦିଆଯାଇଛି। ମିଶନ ଶକ୍ତି ସାମର୍ଥ୍ୟ ପାଇଁ ୨୫ କୋଟି ଟଙ୍କା ଏବଂ ମିଶନ ଶକ୍ତି ସମ୍ବଳ ପାଇଁ ୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି