ନୂଆଦିଲ୍ଲୀ : ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଡିସେମ୍ବର ୨୦ରେ ହେବ ଭୋଟ । ଏନେଇ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସୁଜିତ୍ କୁମାରଙ୍କ ଇସ୍ତଫା ପରେ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲିପଡିଛି । ଯାହା ଫଳରେ ଏହି ଆସନରେ ଆସନ୍ତା ଡିସେମ୍ବର ୨୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।
ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ମୁତାବକ, ଡିସେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଡିସେମ୍ବର ୧୦ ନାମାଙ୍କନ ଦାଖଲର ଶେଷ ଦିନ । ଓଡ଼ିଶାର ଗୋଟିଏ ସମେତ ୬ଟି ରାଜ୍ୟସଭା ଆସନରେ ହେବ ବାଇ ଇଲେକ୍ସନ । ସାଂସଦ ପଦରୁ ସୁଜିତ କୁମାରଙ୍କ ଇସ୍ତଫା ପରେ ରାଜ୍ୟସଭାରେ ଓଡ଼ିଶାର ଗୋଟିଏ ଆସନ ଖାଲି ପଡ଼ିଛି । ସେପ୍ଟେମ୍ବର ୬ରେ ସୁଜିତ କୁମାର ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ। ତେବେ ତାଙ୍କ ଇସ୍ତଫା ପରେ, ଖାଲି ପଡିଥିବା ଏହି ଆସନ ପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ତେଣୁ ବିଜେପି ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ବଢିଛି ।