ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି । ସେଥିପାଇଁ ୪ ଘଣ୍ଟା ଲାଗି ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜିଉ ମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ନ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ଦ୍ୱୀତୀୟ ଭୋଗ ମଣ୍ଡପ ସରିବା ପରେ ହେବ ମହାପ୍ରଭୁଙ୍କୁ ପଇତାଲାଗି ନୀତି । ନୀତି ସମ୍ପାଦନ ସମୟରେ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ। କାରଣ ଏହା ଏକ ବିଶେଷ ଗୁପ୍ତ ନୀତି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦ୍ୱିତୀୟ ଭୋଗ ମଣ୍ଡପ ସରିବା ପରେ ପାଟେରା ବିଶୋଇ ସେବାୟତଙ୍କୁ ଘରୁ ଆସିଥାଏ ବାସୁଙ୍ଗା ପାଟର ପଇତା ତାହାକୁ ଦଇତାପତି ସେବାୟତମାନେ ଭୋଗ ସରିବା ପରେ ଗର୍ଭଗୃହକୁ ପ୍ରବେଶ କରନ୍ତି । ତା ପରେ ରତ୍ନ ସିଂହାସନକୁ ଉଠି ଦଇତାପତିମାନେ ପ୍ରଥମେ ମହାପ୍ରଭୂଙ୍କ ପାଟବସ୍ତ୍ର ଓ ଶ୍ରୀଅଙ୍ଗକୁ ତନଖି ଥାନ୍ତି । ତା ପରେ ଆରମ୍ଭ ହୋଇଥାଏ ପଇତା ଲାଗି ।