ଭୁବନେଶ୍ବର : ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ କରିବ ତଦନ୍ତ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ବରେ ହେବ ତଦନ୍ତ। ଏହି ଘଟଣାକୁ ନେଇ ପୂର୍ବରୁ ଯାଜପୁର ସଦର ଥାନାରେ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ ଯେ ବିରଜା ହାଟକୁ ନେଇ ରାସ୍ତାରୋକ ହୋଇଥିଲା। ଏହି ସମୟରେ ଧର୍ମଶାଳା ବିଧାୟକ ଯାଉଥିବା ବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ବିଧାୟକଙ୍କ ଗାଡିକୁ ଭଙ୍ଗାରୁଜା କରାଯାଇଥିଲା। ଏ ନେଇ ଯାଜପୁର ସଦର ଥାନାରେ ବିଧାୟକଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ପୋଲିସ ତଦନ୍ତ କରି ୧୪ ଜଣଙ୍କୁ ଗିରଫ କରିଛି। ଏପରିକି ଡିଆଇଜି ଡ. ସତ୍ୟଜିତ ନାୟକ ଯାଜପୁରରେ ପହଞ୍ଚି ତଦନ୍ତ ମଧ୍ୟ କରିଥିଲେ। ସେହିପରି ଯାଜପୁର ସହରରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୋଟ୍ ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରାଯାଇଛି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦିଆଯାଇଛି।