ସଂଚାର ବ୍ୟୁରୋ:ଓଡ଼ିଶାରେ ମାଳ ମାଳ ବାଂଲାଦେଶୀ ଯୁବତୀ। ଉପାନ୍ତ ଅଂଚଳରେ ନୁହଁ ବରଂ ଭୁବନେଶ୍ବରରେ ଯୁବତୀଙ୍କୁ ରଖି ଦିଆଯାଉଛି ଅକଥନୀୟ ଅତ୍ୟାଚାର। ସେକ୍ସ ରାକେଟ୍ଠୁ ଆରମ୍ଭ କରି ପଲଙ୍କ ସେବା ପର୍ଯ୍ୟନ୍ତ ଏହି ଯୁବତୀଙ୍କୁ କାମରେ ଲଗାଯାଇ ଶୋଷଣ କରାଯାଉଛି। ଏକଥା ଆମେ ନୁହଁ, ବରଂ ବାଂଲାଦେଶର ଜଣେ ଯୁବତୀ କହୁ କହୁ ଏପରି କିଛି କଥା କହିଦେଇଛନ୍ତି । ଚାକିରି କରାଇ ଦେବାକୁ କହି, ଭଲ ଦୁଇ ପଇସା ରୋଜଗାରର ଲୋଭ ଦେଖାଇ ଭାରତ ସୀମା ପାର କରି ଭୁବନେଶ୍ବର ନେଇ ଆସିଛନ୍ତି କିଛି ଦଲାଲ ।
ଭୁବନେଶ୍ୱରରେ ବାଂଲାଦେଶୀ ଯୁବତୀ I ଜଣେ କି ଦୁଇ ଜଣ ନୁହଁନ୍ତି ପୁରା ୨୩ ଜଣ ଏବେ ଏକ ଆପାର୍ଟମେଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଭଡ଼ା ଦେଇ ରଖାଯାଉଛି I ଆଉ ସେମାନଙ୍କୁ ଏଠାରେ ଦେହ ବ୍ୟବସାୟ ସହିତ ପଲଙ୍କ ସେବାରେ ନିୟୋଜିତ କରାଯାଉଛି । ସେକ୍ସ ରାକେଟରେ ଛନ୍ଦୀ ହୋଇଥିବା ଜଣେ ଯୁବତୀ ଜଣେ ଗ୍ରାହକ ସହ ଯାଉଥିବା ବେଳେ, ଗୋଟି ଗୋଟି କରି ସବୁ କଥା କହିଛନ୍ତି । ଶୁଣନ୍ତୁ ଜଣେ ଯୁବତୀ ଗାଡ଼ି ଭିତରେ ବସି କଣ କଣ ସବୁ କହୁଛନ୍ତି ।
ଦିନକୁ ୨ ହଜାର ଟଙ୍କା ଦେବାକୁ କହି ତାଙ୍କୁ ଭୁବନେଶ୍ୱର ଅଣାଯାଇଥିଲା । ହେଲେ ଏଠି ଅକଥନୀୟ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଉଛି I କିଏ ସେହି ମାଷ୍ଟରମାଇଣ୍ଡ, ଯିଏ ସେମାନଙ୍କୁ ଏଠାରେ ବର୍ଷ ବର୍ଷ ଧରି ବନ୍ଦୀ କରି ରଖିଛି, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ସେପଟେ ଏ ନେଇ ପୋଲିସ ପାଖରେ ଖବର
ପହଞ୍ଚିବା ପରେ ବିଭିନ୍ନ ସ୍ଥାନରେ ଛାନବିନ ଆରମ୍ଭ ହୋଇଛି। ଏ ପ୍ରସଙ୍ଗରେ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି ଉଭୟ କଟକ ଓ ଭୁବନେଶ୍ବରରେ ଚଢ଼ାଉ ଚାଲିଛି । ଗତକାଲି ଠାରୁ ଏମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି । କେଉଁ ଆପାର୍ଟମେଣ୍ଟରେ ଏଭଳି ଧନ୍ଦା ଚାଲିଛି ସେ ନେଇ ଛାନବିନ ଚାଲିଛି । କୌଣସି ସୂଚନା ମିଳିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।