ସଂଚାର ବ୍ୟୁରୋ: ବାଦାମ ବିହନ ବଣ୍ଟାକୁ ନେଇ ଚାଷୀ ଅସନ୍ତୋଷ । ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ସାନ ପୁଟ ପଂଚାୟତ ଲୋକପାଳ ଓ ହଳଦିଆପଡା ଗାଁର ପ୍ରାୟ ଦୁଇ ଶହ ବାଦାମ ଚାଷୀଙ୍କ ପାଇଁ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରରୁ ବାଦାମ ବିହନ ଆସିଥିଲା । ଉପଯୁକ୍ତ ଚାଷୀଙ୍କୁ ବିହନ ନଦେଇ ଏଥିରେ ରାଜନୀତିକରଣ କରାଯାଉଥିବା ଅଭିଯୋଗ କରି ଆରମ୍ଭ ହୋଇଥିଲା ବିବାଦ।
ସରକାରୀ ବିହନ ଯୋଗାଇ ଦେବାରେ ଅହେତୁକ ବିଳମ୍ବ ବାଦାମ ଚାଷକୁ ପ୍ରଭାବିତ କରିବା ଅଭିଯୋଗ କରିଛନ୍ତି ଚାଷୀ। କିଛି ଚାଷୀ ବଜାରରୁ ବିହନ କିଣି ଚାଷ କରିଥିବା ବେଳେ ଶତାଧିକ ଚାଷୀ ସରକାରୀ ବିହନ ଅପେକ୍ଷାରେ ରହିଛନ୍ତି । ସେପଟେ ସରପଞ୍ଚ ସମିତି ସଭ୍ୟ ଓ ୱାର୍ଡ ମେମ୍ବରଙ୍କ ନିଷ୍ପତ୍ତି କ୍ରମେ ପଂଚାୟତ ଅଫିସରେ ଚାଷୀଙ୍କୁ ବାଦାମ ବିହନ ବଣ୍ଟନ କରାଯିବ ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି।