ପୁରୀ : ଆଜି ପ୍ରଥମାଷ୍ଟମୀ। ପଢୁଆଁ ହେବେ ବଡ଼ଦେଉଳର ବଡ଼ଠାକୁର। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଶନିବାର ଭୋଗମଣ୍ଡପ ବଢ଼ିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ କରାଯିବ।
ଏହାପରେ ଠାକୁରଙ୍କୁ ନୂଆଲୁଗା ଲାଗି କରାଯିବ। ଠାକୁରଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ପ୍ରାଚୀର ଅଧିଷ୍ଠାତା ଦେବତା ନିଆଳି ମାଧବଙ୍କ ପୀଠରୁ ଗତ ପାଞ୍ଚବର୍ଷ ହେବ ପଢୁଆଁ ଭାର ଆସୁଛି। ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଭକ୍ତଙ୍କ ଦାନ ଆକାରରେ ଗ୍ରହଣ କରୁଛି। ଏ ବର୍ଷ ମଧ୍ୟ ମାଧବଙ୍କ ପୀଠରୁ ଭାର ଆସିଛି। ଏହାକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଦାନ ଆକାରରେ ଗ୍ରହଣ କରିଛି।