ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ବୁଦ୍ଧ ପାର୍କରେ ସଫେଇ କର୍ମଚାରୀମାନେ ପ୍ରତିବାଦ କରୁଛନ୍ତି। ଦୁଇମାସ ହେଲା ସଫେଇ କର୍ମଚାରୀମାନେ ଦରମା ପାଇ ନାହାନ୍ତି । ଓରିୟନ ସଂସ୍ଥା ସଫେଇ କର୍ମଚାରୀଙ୍କ ଦାୟିତ୍ୱ ନେଇଛି । କିନ୍ତୁ ଦରମା ଦେବାକୁ ଦାବି କଲେ ଓରିୟନ ସଂସ୍ଥା ସଫେଇ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିବ ବୋଲି ନାଲି ଆଖି ଦେଖାଉଛି ।
ବିଡ଼ିଏ ର କୌଣସି ଅଧିକାରୀ କିଛି ଶୁଣୁ ନାହାନ୍ତି । କାମ ବନ୍ଦ କରି ପ୍ରତିବାଦ କରୁଛନ୍ତି ସଫେଇ କର୍ମଚାରୀ । ଦୁଇମାସ ହେଲା ସଫେଇ କର୍ମଚାରୀଙ୍କୁ ମିଳିନି ଦରମା । ଘରେ ଚୁଲିଜଳୁ ନି ସେପଟେ ଘର ଭଡ଼ା ଦେବାକୁ ଟଙ୍କା ନାହିଁ। ଘରମାଲିକ ଘରୁ ପଡିଲେଣି।କାହାକୁ କହିଲେ କେହି ଶୁଣୁନାହାନ୍ତି । ଦୁଃଖ ଦୁର୍ଦ୍ଦଶା ରେ ଦିନ କାଟୁଛନ୍ତି ସଫେଇ କର୍ମଚାରୀ । ଦରମା ପ୍ରଦାନ ପାଇଁ ଆନ୍ଦୋଳନ କରୁଛନ୍ତି ସଫେଇ କର୍ମଚାରୀ।