Monday, September 29, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଓଡ଼ିଶାରେ ସେମ୍ବକର୍ପ କମ୍ପାନୀ କରିବ ଗ୍ରୀନ ଆମୋନିଆ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ

Sanchar Live by Sanchar Live
November 17, 2024
in ଓଡିଶା
0
ଓଡ଼ିଶାରେ ସେମ୍ବକର୍ପ କମ୍ପାନୀ କରିବ ଗ୍ରୀନ ଆମୋନିଆ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ
0
SHARES
4
VIEWS
FacebookTwitter

ଭୁବନେଶ୍ୱର : ଓଡ଼ିଶାରେ ସେମ୍ବକର୍ପ କମ୍ପାନୀ ଏକ ଗ୍ରୀନ ଆମୋନିଆ ପ୍ରକଳ୍ପ କରିବ । ଏଥିଲାଗି ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ସିଙ୍ଗାପୁରରୁ ଏ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସିଙ୍ଗାପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଆଜି ସେମ୍ବକର୍ପ ଇଣ୍ଡଷ୍ଟ୍ରି ପରିଦର୍ଶନ କରିଥିଲେ । ଅକ୍ଷୟ ଶକ୍ତିରେ ସିଙ୍ଗାପୁର କେତେ ଅଗ୍ରଗତି କରିଛି ତାହା ବୁଲି ଦେଖିଥିଲେ । ସିମ୍ବକର୍ପ ସିଇଓ ୱଙ୍ଗ କିମ୍ ଇନ୍ ଏବଂ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଏହି ଅବସରେ ସେମ୍ବକର୍ପର ଓଡ଼ିଶା ପ୍ରକଳ୍ପ ବିଷୟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ଓଡ଼ିଶାର ଫୋକସରେ ରହିଛି ଅକ୍ଷୟ ଶକ୍ତି, ଗ୍ରୀନ ଫୁଏଲ ଏବଂ ଏ ସମ୍ପର୍କିତ ମ୍ୟାନୁଫେକଚରିଂ ଶିଳ୍ପ ପ୍ରତି ନିବେଶ ଆକୃଷ୍ଟ କରିବା । ଓଡ଼ିଶାରେ ଥିବା ଗ୍ରୀନ୍ ଇନଭେଷ୍ଟମେଣ୍ଟର ସୁଯୋଗ ନେଇ ସେମ୍ବ କର୍ପ ସହ ଆଲୋଚନା ହୋଇଥିଲା । କେବଳ ସେମ୍ବ୍ କର୍ପ ନୁହଁ ଆଜି ଅନେକ ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ ଆଲୋଚନା କରିଥିଲା ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ।

ସିଟି ମେଟ୍ରିକ୍ସର ପ୍ରତିଷ୍ଠାତା ଡ. ଏଡୱାର୍ଡ ମୋର୍ଟୋନଙ୍କ ସହ ଆଇଟି, ଆଇଟିଇଏସ, ସେମିକଣ୍ଡକ୍ଟର୍ସ, ମେଡିକାଲ ଯନ୍ତ୍ରପାତି ଉତ୍ପାଦନ ଏବଂ ସ୍ମାର୍ଟ ସିଟି ସଲ୍ୟୁସନ ପ୍ରସଙ୍ଗରେ ଆଲୋଚନା କରିଥିଲେ ମୋହନ ମାଝୀ । ଡ. ମୋର୍ଟୋନଙ୍କୁ ଓଡ଼ିଶାକୁ ଆସିବା ପାଇଁ ନିମନ୍ତ୍ରଣ କରିବା ସହ ଓଡ଼ିଶାରେ ଇଲେକ୍ଟ୍ରୋନିକ୍ସ ଇକୋସିଷ୍ଟମର ବିକାଶ କରିବାକୁ ସମସ୍ତ ସହଯୋଗ ଯୋଗାଇବାକୁ ଦେଇଥିଲେ ପ୍ରତିଶ୍ରୁତି । ଡ. ଏଡୱାର୍ଡ ମୋର୍ଟୋନଙ୍କ ପରେ ଭିସା ଗ୍ରୁପ୍ ଲିମିଟେଡର ନିର୍ଦ୍ଦେଶକ ବିବେକ ଅଗ୍ରୱାଲ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହୋଇଥିଲା ।

ଓଡ଼ିଶାରେ ଷ୍ଟିଲ୍ ଓ ଫୋରୋକ୍ରୋମ ସେକ୍ଟରରେ ନିଯୁକ୍ତି ସୁଯୋଗ ବଢାଇବା ପାଇଁ ବିବେକ ଅଗ୍ରୱାଲଙ୍କୁ ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ କମିଟି ଓରିଣ୍ଡି ସିଙ୍ଗାପୁର ଲିମିଟେଡର ଅଧ୍ୟକ୍ଷ ରବିନ ଝୁନଝୁନୱାଲାଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ସହଯୋଗ ପ୍ରତିଶ୍ରୁତି ସହ ଓଡ଼ିଶାରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଝୁନଝୁନୱାଲକୁ ପ୍ରୋତ୍ସାହିତ କରିଥିଲେ । ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ସିଙ୍ଗାପୁର ଗସ୍ତ କରିଛି ।

ଆଜି ପ୍ରଥମେ ସିଙ୍ଗାପୁରରେ ଭାରତୀୟ ହାଇକମିଶନର ଡ. ଶିଳ୍ପକ ଆମ୍ବୁଲେ, ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ କମିଟିକୁ ଭାରତ-ସିଙ୍ଗାପୁର ବାଣିଜ୍ୟିକ ସମ୍ପର୍କରେ ଅବଗତ କରାଇଥିଲେ । ଏହାପରେ ଶିଳ୍ପୋଦ୍ୟୋଗୀଙ୍କ ସହ ବୈଠକ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଓ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ପାଇଁ ହାଇକମିଶନରଙ୍କ ତରଫରୁ ରାତ୍ରି ଭୋଜନର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ, ହସ୍ତତନ୍ତ, ସିଫୁଡ୍, କୁଶଳୀ ଶ୍ରମିକ କ୍ଷେତ୍ରରେ ନିବେଶକଙ୍କୁ ସୁବିଧା ଓ ସୁଯୋଗ ଦେବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ । ଆସନ୍ତା ତିନି ଦିନ ମଧ୍ୟରେ, ଜୁରୋଙ୍ଗ ପେଟ୍ରୋକେମିକାଲସ ରିଜିଓନର ପରିଦର୍ଶନ ସହ ITEES, PSA ହୋରାଇଜନ କମ୍ପାନୀ ସହ ଓଡ଼ିଶାର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Tags: cm mohan majhiodisha
ShareTweetShareSend
Sanchar Live

Sanchar Live

Next Post
ଝାରସୁଗୁଡ଼ାରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଶୁଭାରମ୍ଭ

ଝାରସୁଗୁଡ଼ାରେ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାଙ୍କେର ଜିଲ୍ଲାରେ ବଡ଼ ଧରଣର ଏନକାଉଣ୍ଟର, ଟଳିଲେ ୩ ମାଓବାଦୀ
  • ଆସନ୍ତା ୧ରୁ ପୁଣି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ଏସିଆ କପ : ଆଜି ଭାରତ- ପାକିସ୍ତାନ ଫାଇନାଲ ଟକ୍କର
  • ଦୁର୍ଗାପୂଜା ପାଇଁ ରାଜଧାନୀରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.