କଟକ: ବାଲିଯାତ୍ରାରେ ଶନିବାର ରାତିରେ ଘଟିଛି ଅପ୍ରୀତିକର ପରିସ୍ଥିତି। ଓଲିଉଡ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇ ଦେଲା ପୋଲିସ। ଏନେଇ ଦର୍ଶକଙ୍କ ଗହଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁସାରେ ଶନିବାର ବୈଷ୍ଣବ ପାଣି ମଞ୍ଚ ନିକଟରେ ଥିବା ଷ୍ଟେଜ୍ରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ସଂଗୀତ ପରିବେଷଣ କରୁଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା। ତେବେ ୧୦ଟା ପରେବି ସାଉଣ୍ଡ ବନ୍ଦ ହୋଇ ନଥିବାରୁ କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ।
ସାଉଣ୍ଡ ବନ୍ଦ କରିବାକୁ ଯାଇ ପୋଲିସ ବଳ ପ୍ରୟୋଗ କରିଥିଲା। ଶେଷରେ ଅସୀମାଙ୍କୁ ଷ୍ଟେଜରୁ ଓହ୍ଲାଇ ଦିଆଯାଇଥିବା ସୂଚନା ମିଳିଛି। ଏନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଛି। ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଏଭଳି ସ୍ଥିତି ଉପୁଜିଛି।