Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ଝାଡ଼ଖଣ୍ଡ ନିର୍ବାଚନରେ ଫାୟାରବ୍ରାଣ୍ଡ ନେତ୍ରୀ କଳ୍ପନା ସୋରେନ

Sanchar Live by Sanchar Live
November 16, 2024
in ଭାରତ
0
ଝାଡ଼ଖଣ୍ଡ ନିର୍ବାଚନରେ ଫାୟାରବ୍ରାଣ୍ଡ ନେତ୍ରୀ କଳ୍ପନା ସୋରେନ
0
SHARES
1
VIEWS
FacebookTwitter

ସଂଚାର ବ୍ୟୁରୋ: ଝାଡ଼ଖଣ୍ଡରେ କଳ୍ପନା ଝଡ଼ । ବିଧାନସଭା ନିର୍ବାଚନରେ ଫାୟାରବ୍ରାଣ୍ଡ ନେତ୍ରୀ ସାଜିଛନ୍ତି କଳ୍ପନା ସୋରେନ । ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ରାଜନୀତିରେ ପ୍ରବେଶ କରିବାର ବର୍ଷକ ମଧ୍ଯରେ ରାଜ୍ୟର ଜଣେ ପ୍ରମୁଖ ନେତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ବିଶେଷ କରି ଆଦିବାସୀ ମହିଳାଙ୍କ ଲାଗି ସେ ସାଜିଛନ୍ତି ଅନନ୍ଯ ନେତ୍ରୀ । ହେମନ୍ତ ଜେଲରେ ଥିବାବେଳେ ହୋଇଥିବା ଲୋକସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ସଫଳତା ଦେବାରେ ତାଙ୍କ ରଣନୀତି ବେଶ୍ କାମ କରିଥିଲା । ରାଜ୍ଯରେ ହେଉଥିବା ନିର୍ବାଚନୀ ସଭାରେ କଳ୍ପନାଙ୍କ କ୍ରେଜ ନାହିଁ ନଥିବା ବୃଦ୍ଧି ପାଇଛି । ସେ ବର୍ତ୍ତମାନ ପାଲଟିଛନ୍ତି ରାଜ୍ଯର ଜଣେ ତୁଙ୍ଗ ଜନପ୍ରିୟ ନେତ୍ରୀ । ନିର୍ବାଚନୀ ସଭାରେ ସେ କେଉଁ ପ୍ରସଙ୍ଗ ଉତଥାପନ କରିବେ ତାହାକୁ ସେ ପୂର୍ବରୁ ପ୍ରସ୍ତୁତ କରିଥାନ୍ତି । ଏପରିକି ରାଜ୍ଯ ସରକାରଙ୍କ ସମସ୍ତ ଯୋଜନା ସମ୍ପର୍କରେ ସେ ତଥ୍ଯ ଉପସ୍ଥାପନ କରି ଲୋକପ୍ରିୟ ସାଜିଛନ୍ତି ।

ତାଙ୍କର ନେତୃତ୍ବ ସାମର୍ଥ୍ଯ, ଭାଷଣ ଶୈଳୀ ଓ ଦକ୍ଷତା ଆଦିବାସୀ ମହିଳା ଭୋଟରଙ୍କୁ ବେଶ୍ ପ୍ରଭାବିତ କରୁଛି । ସାରା ରାଜ୍ଯରୁ କଳ୍ପନାଙ୍କ ଭାଷଣ ଶୁଣିବା ଲାଗି ଦୈନିକ ଦଶରୁ ଅଧିକ ଅନୁରୋଧ ଆସୁଥିବା ସୂଚନା ମିଳିଛି । ପୂର୍ବ ସରକାର ଅମଳରେ ଆଦିବାସୀଙ୍କ ବିରୋଧରେ ଯେଉଁ ସବୁ ପଦକ୍ଷେପ ନିଆଯାଇଥିଲା ତାହାକୁ ଗୋଟି ଗୋଟି ବର୍ଣ୍ଣନା କରୁଛନ୍ତି କଳ୍ପନା । ବର୍ତ୍ତମାନ ଦୈନିକ ହାରାହାରି ପାଞ୍ଚଟି ଜନସଭାରେ ଉଦବୋଧନ ଦେଉଛନ୍ତି କଳ୍ପନା । କୁହାଯାଉଛି କଳ୍ପନାଙ୍କ ଜନସଭା ଗେମଚେଞ୍ଜର ହୋଇପାରେ । ବାହାର ରାଜ୍ଯରୁ ଆସୁଥିବା ବିଜେପି ମୁଖ୍ଯମନ୍ତ୍ରୀଙ୍କୁ ଟାର୍ଗେଟ କରିବାରେ ବି ମାହିର ଅଛନ୍ତି କଳ୍ପନା ।

ଏପରିକି ସ୍ବାମୀ ହେମନ୍ତ 10 ବର୍ଷରେ ଯେତିକି ହାସଲ କରିଛନ୍ତି କଳ୍ପନା ମାତ୍ର ବର୍ଷକ ମଧ୍ଯରେ ସେତିକି ହାସଲ କରିଛନ୍ତି ବୋଲି କହିଛନ୍ତି ସମର୍ଥକ । ୨୦୨୩ ଡିସେମ୍ବରରେ ଗାଣ୍ଡେୟ ଆସନର ଜେଏମଏମ ବିଧାୟକ ସର୍ଫରାଜ ଅହମ୍ମଦ ଇସ୍ତଫା ଦେବା ପରେ ଗତ ମେ ମାସରେ ସେଠାରେ ଉପନିର୍ବାଚନ ହୋଇଥିଲା । ସେହି ଆସନରୁ କଳ୍ପନା ପ୍ରାର୍ଥୀ ହୋଇ ବିଜେପିର ଦିଲୀପ ବର୍ମାଙ୍କୁ ପରାସ୍ତ କରିଥିଲେ । ଚଳିତ ନିର୍ବାଚନରେ ବିଜେପିର ମୁନିୟା ଦେବୀ, ଜେଏଲକେଏମର ମହମ୍ମଦ ଆକ୍ବିଲ ଅଖତାରଙ୍କୁ ଟକ୍କର ଦେଉଛନ୍ତି କଳ୍ପନା । କଳ୍ପନାଙ୍କ ପୈତୃକ ଗ୍ରାମ ମୟୂରଭଞ୍ଜ ଜିଲ୍ଲାରେ । ୧୯୮୫ରେ ଜନ୍ମିତ କଳ୍ପନା ହିନ୍ଦୀ ଓ ଇଂରାଜୀରେ ଅନର୍ଗଳ କହିପାରନ୍ତି ।

Tags: jharkhanda politicskalpana soren
ShareTweetShareSend
Sanchar Live

Sanchar Live

Next Post
ନିର୍ବାଚନୀ ପ୍ରଚାରରେ ଆକ୍ଷେପ ଓ ପ୍ରତିଆକ୍ଷେପ ଅଭିଯୋଗ, ଆସିଲା ECI ନୋଟିସ୍

ନିର୍ବାଚନୀ ପ୍ରଚାରରେ ଆକ୍ଷେପ ଓ ପ୍ରତିଆକ୍ଷେପ ଅଭିଯୋଗ, ଆସିଲା ECI ନୋଟିସ୍

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.