ସଂଚାର ବ୍ୟୁରୋ: ନିଖୋଜ ଥିବା ଯୁବତୀଙ୍କ ମୃତଦେହ ଉଦ୍ଧାର। ଦଶପଲ୍ଲା ଥାନା ସରିଗଣ୍ଡା ଅଞ୍ଚଳର ନିଖୋଜ ଥିବା ରଚନା ପ୍ରଧାନଙ୍କ ମୃତ ଦେହ ଉଦ୍ଧାର କରିଛି ଦଶପଲ୍ଲା ଥାନା ପୋଲିସ। ଗତ ଦୁଇ ତିନି ଦିନ ଧରି ରଚନା ନିଖୋଜ ଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।
ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ବେଳେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସରିଗଣ୍ଡା ଗାଁ ପୋଖରୀରେ ଯୁବତୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଦଶପଲ୍ଲା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଂଚି ଶବକୁ ଉଦ୍ଧାର କରି ତଦନ୍ତ ଚଳାଇଛି । କେଉଁ କାରଣରୁ ଯୁବତୀଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ।