ସଂଚାର ବ୍ୟୁରୋ: ବୌଦ୍ଧ ଜିଲ୍ଲାର ଯୋଗାଯୋଗ କ୍ଷେତ୍ରରେ ଯୋଡି ହେବାକୁ ଯାଉଛି ନୂଆ ଫର୍ଦ୍ଦ । ଖୁବଶୀଘ୍ର ବୌଦ୍ଧରେ ଗଡିବ ରେଳଗାଡି । ଏନେଇ ସୁବର୍ଣ୍ଣପୁର ଷ୍ଟେସନ ଠାରୁ ବୌଦ୍ଧ ଷ୍ଟେସନ ପର୍ଯ୍ୟନ୍ତ ସରିଛି ରେଳଗାଡି ସୁରକ୍ଷା ବ୍ଯବସ୍ଥା ଯାଞ୍ଚ ପ୍ରକ୍ରିୟା ।ପୂର୍ଵତଟ ରେଳବାଇ ବିଭାଗର ସିଆରଏସ ପକ୍ଷରୁ ସେଫ୍ଟି କମିଶନର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ସହିତ ସରିଛି ପାସେଞ୍ଜର ଟ୍ରେନର ଟ୍ରାଏଲ ରନ । ଘଣ୍ଟା ପ୍ରତି ୧୧୦ କିଲୋମିଟର ବେଗରେ ଗଡିଛି ରେଳଗାଡି। ସିଆରଏସ ପ୍ରଥମେ ସୁବର୍ଣ୍ଣପୁର ଷ୍ଟେସନ ଠାରୁ ବୌଦ୍ଧ ଜିଲ୍ଲାର ଝାରମୁଣ୍ଡା ଓ ପରେ ବୌଦ୍ଧ ଷ୍ଟେସନ ମଧ୍ୟରେ ଥିବା ସମସ୍ତ ବ୍ୟବସ୍ଥା ଯାଞ୍ଚ କରିଥିଲେ । ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିଲେ ୧୦ଜଣିଆ ରେଳ ଅଧିକାରୀ ଟିମ ।
୭ଟି ଟ୍ରେନ ଟ୍ରଲି ସାହାଯ୍ଯରେ ରେଳ ଧାରଣାର ସୁବର୍ଣ୍ଣପୁର ପଟୁ ବୌଦ୍ଧକୁ ଯାତ୍ରା କରିଥିଲେ । ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏକ ପାସେଞ୍ଜର ଟ୍ରେନ ଆସି ବୌଦ୍ଧରେ ପହଞ୍ଚିଥିଲା ।ବୌଦ୍ଧ ଷ୍ଟେସନରେ ପ୍ରଥମ ପାସେଞ୍ଜର ଟ୍ରେନ ଦେଖିବା ପାଇଁ ଷ୍ଟେସନରେ ବହୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ରେଳ ମନ୍ତ୍ରାଳୟରୁ ଅନୁମତି ମିଳିବା ପରେ ବୌଦ୍ଧକୁ ରେଳ ଗାଡି ଗଡ଼ିବ ବୋଲି ପୂର୍ବତଟ ରେଳ ବିଭାଗ ସିଇଓ ଏଜି ଶ୍ରୀନିବାସ କହିଛନ୍ତି । ସେପଟେ ବୌଦ୍ଧ ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ କେବଳ ପାରିପାର୍ଶ୍ୱକ ନିର୍ମାଣ କାର୍ଯ୍ୟ ବାକି ରହିଛି ।