Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ସୁନାବେଡ଼ାରେ ଦୁଇ ଫାଳ ହୋଇଗଲା ବିଜେଡି

Sanchar Live by Sanchar Live
August 4, 2024
in ରାଜନୀତି
0
ସୁନାବେଡ଼ାରେ ଦୁଇ ଫାଳ ହୋଇଗଲା ବିଜେଡି
0
SHARES
1
VIEWS
FacebookTwitter

ସଂଚାର ବ୍ୟୁରୋ: ଫାଳ ଫାଳ ହେଉଛି ବିଜେଡି। ରାଜ୍ୟରେ ୨୫ ବର୍ଷ ଧରି ଶାଶନରେ ରହିଥିବା ବିଜେଡି ଏବେ ରାଜ୍ୟରେ ଦୁର୍ବଳ ହେବାରେ ଲାଗିଛି । ଜିଲ୍ଲା ମାନଙ୍କରେ ମଧ୍ୟ ଦଳର ପରିସ୍ଥିତି ଖରାପ ହେବାରେ ଲାଗିଛି । ବିଜେଡି ସମର୍ଥିତ ସୁନାବେଡ଼ା ପୌର ଉପାଧ୍ୟକ୍ଷା ଋତୁ କଣ୍ଟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ଖୋଦ୍ ଦଳୀୟ କାଉନସିଲର୍। ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପାତ୍ରଙ୍କ ସହ ବିଜେଡିର ୧୮ କାଉନସିଲର ଏ ନେଇ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତିଭାସନଙ୍କୁ ଭେଟିଛନ୍ତି। ୪ ମାସ ହେଲା ଅନାସ୍ଥା ପ୍ରସ୍ତାବ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ସତ୍ତ୍ବେ ନିଷ୍ପତ୍ତିରେ ବିଳମ୍ବକୁ ନେଇ କାଉନସିଲରମାନେ ପ୍ରଶ୍ନ ଉଠାଇଛନ୍ତି।

ପୌର ଉପାଧ୍ୟକ୍ଷାଙ୍କ ଦୁର୍ବ୍ୟବହାରରେ କାଉନସିଲରଙ୍କ ସମେତ ପୌର କର୍ମଚାରୀ ଅତିଷ୍ଠ ହୋଇ ତୁରନ୍ତ ଅନାସ୍ଥା ‌ଭୋଟ କରାଇବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଅନାସ୍ଥା ରାଜନୀତିକୁ ନେଇ ସୁନାବେଡ଼ା ବିଜେଡି ଦୁଇ ଫାଳ ହେବା ପରେ ରାଜନୀତି ସରଗରମ ହୋଇଛି।

୨୦୨୨ ପୌର ନିର୍ବାଚନରେ ସୁନାବେଡ଼ା ପୌରପାଳିକାର ମୋଟ୍‌ ୨୫ଟି ୱାର୍ଡରୁ ୧୯ଟିରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଥିଲା। କଂଗ୍ରେସ ୩ଟି, ବିଜେପି ୨ଟି ଓ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ୱାର୍ଡରେ ବିଜୟୀ ହୋଇଥିଲେ। ଅଧ୍ୟକ୍ଷ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଡ.ରାଜେନ୍ଦ୍ର ପ୍ରସାଦ ପାତ୍ର ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର ବିଜେଡିରେ ସାମିଲ୍ ହୋଇଥିଲେ। ସେପଟେ ଦଳୀୟ ନିଷ୍ପତ୍ତି ଓ ବିଜେଡି କାଉନସିଲରଙ୍କ ସମର୍ଥନରେ ଋତୁ କଣ୍ଟା ପୌର ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ତେବେ ପୌର ଉପାଧ୍ୟକ୍ଷା ନିର୍ବାଚନ ପରେ ଋତୁ କଣ୍ଟା ଦଳୀୟ କାଉନସିଲରଙ୍କୁ ସମର୍ଥନ କରିବା ବଦଳରେ ଦୁର୍ବ୍ୟବହାର କରିବା ସହ ଏକଚାଟିଆ ନିଷ୍ପତ୍ତି ନେଇ ହଇରାଣ ହରକତ କରୁଥିଲେ। ଏଥିସହିତ ଉନ୍ନୟନ କାର୍ଯ୍ୟରେ ସହଯୋଗ ନ କରି ବାଧା ସୃଷ୍ଟି କରୁଥିଲେ। ଏହାର ପ୍ରତିବାଦ କଲେ ଋତୁ ଓ ତାଙ୍କ ସହଯୋଗୀ ଧମକଚମକ ଦେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି କାଉନସିଲର୍। ଏପରିକି ସାଧାରଣ ନିର୍ବାଚନ ପୂର୍ବରୁ ଦଳୀୟ ବୈଠକରେ କାଉନସିଲର୍ ଓ ଉପାଧ୍ୟକ୍ଷାଙ୍କ ସମର୍ଥକ ହାତାହାତି ହେବା ସହ ଚେୟାର୍ ଫିଙ୍ଗା ଫୋପଡ଼ା, ଟେଣ୍ଟ୍ ଭଙ୍ଗାରୁଜା ପର୍ଯ୍ୟନ୍ତ କଥା ଯାଇଥିଲା।

ବିଜେଡି କାଉନସିଲର ଓ ଉପାଧ୍ୟକ୍ଷାଙ୍କ ମଧ୍ୟରେ ଲାଗି ରହିଥିବା ଛାୟାଯୁଦ୍ଧର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନରେ ପଡ଼ିଥିଲା। ସୁନାବେଡ଼ା ପୌରାଞ୍ଚଳରେ ବିଜେଡି ଭୋଟ୍‌ ହାର କମିଥିଲା। ବିଜେଡି ପ୍ରାର୍ଥୀ ରଘୁରାମ ପଡାଲ୍ ପୌରାଞ୍ଚଳରୁ ୭୦୩୩ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ରଘୁରାମ ମାଛ ୮୭୦୮ ଭୋଟ୍‌ ପାଇଥିଲେ। ରଘୁରାମ ମାଛ ୨୫୨୪ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ କେବଳ ସୁନାବେଡାରୁ ବିଜେପିକୁ ୧୬୭୫ ଭୋଟ୍‌ ଅଧିକ ମିଳିଥିଲା। ଅନ୍ୟପଟେ ଋତୁଙ୍କ କାର୍ଯ୍ୟକଳାପ କାଉନସିଲରଙ୍କ ପାଇଁ ଅସହ୍ୟ ହେବାରୁ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି।

Tags: bjdodishapoliticssunabeda
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ନେତାନ୍ୟାହୁଙ୍କୁ କାହିଁକି ଗାଳି ଦେଲେ ବାଇଡେନ ?

ଜାଣନ୍ତୁ ନେତାନ୍ୟାହୁଙ୍କୁ କାହିଁକି ଗାଳି ଦେଲେ ବାଇଡେନ ?

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.