ସଂଚାର ବ୍ୟୁରୋ: ରାଜଧାନୀ ଭୁବନେଶ୍ବରରେ ପୁଣି ମାତିଲେ ଲୁଟେରା। ରାତିଅଧରେ ପଶି ସବୁ ଲୁଟିନେଇ ଚାଲିଗଲେ ଲୁଟେରା। ଇନଫୋସିଟି ଥାନା ଶ୍ରୀ ଗଣେଶ ବିହାରରେ ମାତିଛନ୍ତି ଲୁଟେରା। ଗତକାଲି ରାତିରେ ବଂଶୀଧର ଗଉଡଙ୍କ ଘରେ ପଶି ୨୦ ଭରି ସୁନା ଗହଣା ସହ ଟଙ୍କା ଲୁଟି ନେଇ ଚାଲି ଯାଇଛନ୍ତି । ଘରର ଝରକା ତାଡି ପଶିବା ସହ ଆଲମାରୀ ଖୋଲି ସବୁ ଲୁଟିଥିଲେ ଲୁଟେରା। ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ଇନଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ୧୫ ଦିନ ପୂର୍ବରୁ ପଡୋଶୀ ଘରେ ମଧ୍ୟ ସମାନ ଧରଣର ଲୁଟ ହୋଇଥିଲା।

