ଭୁବନେଶ୍ୱର : ଲୋକଙ୍କ ଘର ପାଖରେ ପହଞ୍ଚିବ ନ୍ୟାୟାଳୟ। ରାଜ୍ୟର ସବୁ ବ୍ଲକରେ ହେବ ଗ୍ରାମ୍ୟ ନ୍ୟାୟାଳୟ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ଗୁରୁବାର ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଉପରେ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟର ସବୁ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ହେବ ବୋଲି କହିଛନ୍ତି। ଘରେ ଘରେ ନ୍ଯାୟର ବାସ୍ତବ ରୂପ ଦେବା ପାଇଁ ଓଡ଼ିଶାର ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ । ଲୋକଙ୍କ ଘର ପାଖରେ ନ୍ୟାୟାଳୟ ପହଞ୍ଚିବ । ସବୁ ବ୍ଲକରେ ନ୍ୟାୟାଳୟ ଖୋଲିଲେ ମାମଲା ସଂଖ୍ୟା କମିବ ଓ ଆଇନ ବ୍ୟବସ୍ଥା ଉପରେ ଚାପ କମିବ । ଯାହା ଦ୍ୱାରା ସାଧାରଣ ଲୋକ ସଙ୍ଗେସଙ୍ଗେ ନ୍ୟାୟ ପାଇପାରିବେ । ଏହାରି ଭିତରେ ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ ହେଲାଣି ବୋଲି ମନ୍ତ୍ରୀ ଶ୍ରୀ ଚନ୍ଦନ କହିଛନ୍ତି।