ସଂଚାର ବ୍ୟୁରୋ: ଏକ ତରଫା ପ୍ରେମରୁ ବିଭତ୍ସ ହତ୍ୟାକାଣ୍ଡ । ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଟାଙ୍ଗିଆରେ ହାଣି ଯୁବକ ଫେରାର । ସୁନ୍ଦରଗଡ଼ ହେମଗିରି ଥାନା ଜୁଲମବାହାଲ ପଞ୍ଚାୟତ ପୁର୍ଣା ଗାଁରେ ଘଟିଛି ହତ୍ୟାକାଣ୍ଡ । ଗାଁ ର ଶରତ କଉଡ଼ି ଗାଁର ଅଙ୍ଗନବାଡ଼ି କର୍ମୀ ଦିବ୍ୟାଭାରତୀଙ୍କୁ ଏକ ତରଫା ପ୍ରେମ କରୁଥିଲା । ଅନେକ ସମୟରେ ପ୍ରେମ ନିବେଦନ କରିବା ସହ ବାରମ୍ବାର ହଇରାଣ କରୁଥିଲା । ଆଜି ଦିବ୍ୟାଭାରତି ଅଙ୍ଗନବାଡ଼ି ପାଠ ସାରି ଜଣେ ଛୁଆକୁ ଧରି ଘରକୁ ଫେରୁଥିବାବଳେ ଏକ ନିଛାଟିଆ ସ୍ଥାନରେ ପଛପଟରୁ ଏକ ଟାଙ୍ଗିଆରେ ଶରତ ଆକ୍ରମଣ କରିଥିଲା । ଟାଙ୍ଗିଆରେ ଦୁଇ ଥର ଚୋଟ ମାରିଲା ପରେ ଦିବ୍ୟା ସେଠାରେ ଟଳି ପଡ଼ିଥିଲେ । ଖବର ପାଇ ପରିବାର ଲୋକ ସେଠାରେ ପହଞ୍ଚିଲା ପୋଲିସକୁ ଖବର ଦେଇଥିଲେ । ପୋଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

