ସଂଚାର ବ୍ୟୁରୋ: ଆମେରିକାରେ ପୁଣିଥରେ ଟ୍ରମ୍ପ ସରକାର । ଟ୍ରମ୍ପ ପୁଣିଥରେ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କୁ ବିଶ୍ବର କୋଣ ଅନୁକୋଣରୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏଥିରେ ସାମିଲ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡୋନାଲ୍ଡ ଟ୍ରମ୍ପକୁ ସାଙ୍ଗ କହି ସମ୍ବୋଧନ କରିବା ସହ ୪ଟି ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଡୋନାଲ୍ଡ ଟ୍ରମ୍ପ ପୂର୍ବରୁ ରାଷ୍ଟ୍ରପତି ଥିବା ବେଳେ ଯେଉଁସବୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟରରେ ଫଟୋ ପୋଷ୍ଟ କରି ଲେଖିଛନ୍ତି, ଐତିହାସିକ ବିଜୟ ପାଇଁ ବନ୍ଧୁ ଟ୍ରମ୍ପଙ୍କୁ ଅନେକ ଅନେକ ଅଭିନନ୍ଦନ । ଆଗାମୀ ଦିନରେ ଭାରତ ଓ ଆମେରିକାର ବୈଷୟିକ ବ୍ୟାପାରକୁ ନବୀକରଣ କରିବାକୁ ତତ୍ପର ଅଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।