ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ସେପଟେ ଆରମ୍ଭ ହୋଇଲାରିଛି ମତଗଣନା । ନିର୍ବାଚନ ଫଳାଫଳ ପରେ ହ୍ୱାଇଟ ହାଉସର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କାରଣ ଗତ ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ପରାଜିତ ହେବା ପରେ ତାଙ୍କ ସମର୍ଥକମାନେ ହ୍ୱାଇଟ ହାଉସ ଉପରେ ଜୋରଦାର ଆକ୍ରମଣ କରିଥିଲେ । ଏହାକୁ ନେଇ ସାରା ବିଶ୍ୱରେ ଚର୍ଚା ହୋଇଥିଲା । ତାହାକୁ ନଜରରେ ରଖି ଏଥର ଯେମିତି ପୂର୍ବ ଭଳି ପରିସ୍ଥିତି ନଉପୁଜୁ ସେଥିପାଇଁ ହ୍ୱାଇଟ ହାଉସର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।