ସଂଚାର ବ୍ୟୁରୋ: ପୁଣି ଗଞ୍ଜାମ ଜିଲ୍ଲାରେ ବାଘ ଆତଙ୍କ । ବ୍ରହ୍ମପୁର ନିକଟ ନିଷ୍ଟ କଲେଜ ପାଖ ୧୬ ନମ୍ବର ଜାତୀୟ ରାଜପଥରେ ମହାବଳ ବାଘ ରାସ୍ତା ଅତିକ୍ରମ କରୁଥବା ଫୁଟେଜ ଜଣେ ପର୍ଯ୍ୟଟକଙ୍କ କାରରେ ଲାଗିଥିବା କ୍ୟାମେରାରେ କଏଦ ହୋଇଛି ।
ଗତ ୨୫ ତାରିଖରୁ ମହାବଳ ବାଘ ଗଞ୍ଜାମରେ ବୁଲୁଥିବା ନେଇ ACF କହିଥିଲେ । ନରସିଂହଗଡ଼ ଗାଁ ନିକଟ ଜଙ୍ଗଲରେ ମହାବଳ ବାଘର ପାଦଚିହ୍ନ ଠାବ ହୋଇଥିଲା । ବାଘର ଗତିବିଧି ଜଣାପଡ଼ିବା ପରେ ବ୍ରହ୍ମପୁରର ଏସିଏଫ ରୁଦ୍ର ପ୍ରସାଦ ରଥ ଓ ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟରଂଜନ ସାହୁ ସମେତ ବନବିଭାଗ ସ୍କ୍ବାଡ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ । ବିଭିନ୍ନ ସ୍ଥାନରେ କରାଯାଇଥିଲା ଟ୍ରାକିଂ। ମାପଚୁପ ପରେ ପାଦଚିହ୍ନ ମହାବଳ ବାଘର ବୋଲି ଏସିଏଫ ରୁଦ୍ର ପ୍ରସାଦ ରଥ ସ୍ପଷ୍ଟ କରିଥିଲେ । ନଜର ରଖିବା ପାଇଁ ୨ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା ।
ସେହିପରି ୨୭ ତାରିଖ ରାତିରେ ଗଞ୍ଜାମ ସୀମା ମୋହନା ନିକଟରେ ବାଘ ଏକ ବଳଦକୁ ମାରି ଖାଇଥିବା ଦେଖିବାକୁ ମିଳିଥିଲା । ଏବେ ବ୍ରହ୍ମପୁର ନିକଟ ନିଷ୍ଟ କଲେଜ ପାଖ ପାଞ୍ଚ ନମ୍ବର ଜାତୀୟ ରାଜପଥରେ ମହାବଳ ବାଘ ରାସ୍ତା ଅତିକ୍ରମ କରୁଥବା ଭିଡିଓ ସାମ୍ନାକୁ ଆସିଛି ।