ସଂଚାର ବ୍ୟୁରୋ: ପିପିଲି ଥାନା ଅଞ୍ଚଳରେ ୩ ବର୍ଷର ଶିଶୁ କନ୍ୟାକୁ ଅସଦାଚରଣ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ । ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଯାଇଛି । ନାବାଳିକାଙ୍କ ଘର ପାଖର ୪୫ ବର୍ଷୀୟ କବୀନ୍ଦ୍ର ନାୟକ ପୂର୍ବରୁ ବାରମ୍ବାର ଏଭଳି କର୍ମ କରିଥିବା ଅଭିଯୋଗ ରହିଛି ।

