ସଂଚାର ବ୍ୟୁରୋ: ଭୁବନେଶ୍ୱର ବରମୁଣ୍ଡା ଆନ୍ତର୍ଜାତୀୟ ବସଷ୍ଟାଣ୍ଡରେ ଓଡ଼ିଶା ଯାତ୍ରୀ’ର ଲୋଗୋ ଲୋକାର୍ପଣ ହୋଇଛି। ଲୋଗୋକୁ ଉନ୍ମୋଚନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ପରିବହନ ସେବା କ୍ଷେତ୍ରରେ ଏହା ରାଜ୍ୟ ସରକାରଙ୍କ ଏକ ନୂଆ ପଦକ୍ଷେପ ହେବ ବୋଲି ଜଣାଇବା ସହ ଏଥିରେ ବିଭିନ୍ନ ସହରର ଅନଲାଇନ ଟ୍ୟାକ୍ସି ଓ ଅଟୋ ସେବା ପ୍ରଦାନ କରାଯାଉଥିବା ସୂଚନା ଦେଇଥିଲେ ।
ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହି ସେବା ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ହେବାର ଯୋଜନା ରହିଛି। ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଏବଂ ଚାଳକମାନଙ୍କ ରୋଜଗାର ବୃଦ୍ଧି ଏହି ସେବାର ମୁଖ୍ୟ ଉଦ୍ଦେଶ୍ୟ। ସେହିଭଳି ଭାବେ ମୋ ବସ ଯାତ୍ରୀଙ୍କ ପାଇଁ ମଧ୍ୟ ଖୁସି ଖବର ମିଳିଛି। ଟିକେଟ କରିବା ପାଇଁ ଆଉ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡ଼ିବନି। ଏଥର ATVM ବା ସ୍ୱୟଂ ଚାଳିତ ମେସିନ ଜରିଆରେ ଟିକେଟ କାଟି ପାରିବେ ଯାତ୍ରୀ। ଆଜି ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରେ ଦୁଇଟି ATVM ମେସିନକୁ ପରିବହନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଛନ୍ତି। ସେହିଭଳି ev ବସ ସେବାର ମଧ୍ୟ ଫ୍ଲାଗଅପ କରାଯାଇଛି।