ସଂଚାର ବ୍ୟୁରୋ: ପାରାଦୀପ ନେହରୁ ବଙ୍ଗଳା ମୁହାଁଣରେ ଅଘଟଣ। ମାଛ ଧରି ଫେରୁଥିବା ବେଳେ ବୁଡିଲା ଦୟା ସାଗର ନାମକ ଟାପା ବୋଟ। ଗତକାଲି ମାଛ ଧରିବାକୁ ସମୁଦ୍ରକୁ ଯାଇଥିବା ବେଳେ ଆଜି ମାଛ ଧରି ଫେରୁଥିଲେ ମତ୍ସ୍ୟଜୀବୀ। ଏକ ଉଚ୍ଚ ଜୁଆର ଆସିବାରୁ ବୋଟଟି ଓଲଟି ପଡିଥିଲା । ବୋଟରେ ତିନିଜଣ ମତ୍ସ୍ୟଜୀବୀ ଥିଲେ। ଦୁଇଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ଜଣେ ନିଖୋଜ ଅଛନ୍ତି। ନିଖୋଜ ମତ୍ସ୍ୟଜୀବୀ ଜଣକ ହେଲେ ଗୋପିଲା ସିନୁ। ସ୍ଥାନୀୟ ବୋଟ ସାହାଯ୍ୟରେ ନିଖୋଜ ମତ୍ସ୍ୟଜୀବୀଙ୍କୁ ଖୋଜାଖୋଜି ଜାରି ରହିଥିବାବେଳେ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନ ମିଳିପାରିନାହିଁ। ଟାପା ବୋଟ ମାଛ ଧରି ସକାଳୁ ମୁହାଣ ନିକଟରେ ଲଙ୍ଗର ପକାଇ ରହିଥିଲା। ଉଚ୍ଚ ଢେଉ ସହିତ ସ୍ରୋତ ଅଧିକ ଥିବାରୁ ସେମାନେ ମୁହାଣ ଠାରୁ କିଛି ଦୂରରେ ଅପେକ୍ଷା କରିଥିଲେ। ମାତ୍ର ହଠାତ ଗୋଟିଏ ବଡ ଲହଡ଼ି ଆସି ସେମାନଙ୍କ ମାଛଧରା ଡଙ୍ଗାକୁ ଓଲଟାଇ ଦେଇଥିଲା। ଫଳରେ ତିନିଜଣଙ୍କ ମଧ୍ଯରୁ ଜଣେ କିଛି ଦୂରକୁ ଛିଟିକି ପଡିଥିଲେ।