ସଂଚାର ବ୍ୟୁରୋ: ଅଟକ ଡକାୟତଙ୍କୁ ହେପାଜତକୁ ନେବାକୁ ଯାଇ ଆକ୍ରମଣର ଶିକାର ପୋଲିସ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ପାପୀ ଗାଁରେ ଏହି ଘଟଣା ଘଟିଛି । ଦୀର୍ଘଦିନ ହେବ ପାପୀ ଗାଁରେ ଛିନ୍ତାଇ ଲୁଟ ,ଚୋରୀ ଭଳି ଅନେକ ଘଟଣା ଘଟୁଥିଲା।ବାରମ୍ବାର ପୋଲିସ ନିକଟରେ ଅଭିଯୋଗ କଲେ ବି ପୋଲିସର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ୩ ଜଣ ଡକାୟତକୁ କାବୁ କରିଥିଲେ ଗ୍ରାମବାସୀ। ସେମାନଙ୍କୁ ନିର୍ଦ୍ଦୁମ ମାଡମାରିବା ସହ କ୍ଲବ ଘରେ ରଖି ବିନିକା ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବିନିକା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିବା ସହ ୩ ଜଣ ଡକାୟତଙ୍କୁ ହେପାଜତକୁ ନେବାକୁ ଚାହିଁଥିଲା। ଗ୍ରାମବାସୀ ଏଥିରେ ଉତକ୍ଷିପ୍ତ ହୋଇ ପୋଲିସକୁ ମାଡ ମାରିବା ସହ ପୋଲିସ ଗାଡିକୁ ଭଙ୍ଗାରୁଜା କରିଥିଲୋ। ମାରପିଟରେ ୨ ଜଣ ଏଏସଆଇ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗାଁରେ ପୋଲିସର ପାଟ୍ରୋଲିଙ୍କ ନଥିବାରୁ ବିଭିନ୍ନ ପ୍ରକାର କାଣ୍ଡ ଘଟାଉଥିଲେ ଡକାୟତି। ଏହି ଘଟଣାକୁ ନେଇ ପୋଲିସ ୧୦ ରୁ ୧୨ ଜଣଙ୍କୁ ଗିରଫ କରିବା ସହ ପାପୀ ଗାଁରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।