ସଂଚାର ବ୍ୟୁରୋ: ବିଜେଡି ସରକାରଙ୍କ ଲୋକପ୍ରିୟ ଯୋଜନା BSKY ସାରା ରାଜ୍ୟରେ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏହି ଯୋଜନା ବନ୍ଦ ହୋଇଯିବ ବୋଲି ଯେତେବେଳେ ଗୁଜବ ହୋଇଥିଲା ସେତେବେଳେ ରାଜ୍ୟରେ ବେଶ ବିବାଦ ଦେଖିବାକୁ ମିଳିଥିଲା । ମାତ୍ର ଏହି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି ଏବେକାର ରାଜ୍ୟ ସରକାର । ଗୋପବନ୍ଧୁ ଜନଆରୋଗ୍ୟ କଲ୍ୟାଣ ଯୋଜନା ନାମରେ ନୂଆ ବଜେଟରେ ବଦଳାଇଛନ୍ତି । ତେବେ ଆସନ୍ତା ସେପ୍ଟେମ୍ବର ୧୦ରେ BSKYର ଶେଷ ସମୟସୀମା। ବିଏସ୍କେୱାଇରେ ଯେତିକି ସୁବିଧା ମିଳୁଛି ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସମାନ ପ୍ରକାରର ସୁବିଧା ରହିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।