ସଂଚାର ବ୍ୟୁରୋ: ଭାଇ ଭାଇ କଳିରୁ ଫୁଟିଲା ଗୁଳି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଦୀକ୍ଷିତ ପଡାରେ ଗୁଳିକାଣ୍ଡ। ବଡ଼ ଭାଇ ଉପରକୁ ଗୁଳି ଚଳାଇଲା ସାନ ଭାଇ।ବଡ଼ ଭାଇ ଦେହରେ ଗୁଳି ନ ବାଜି କାନ୍ଥରେ ବାଜିଲା ଗୁଳି। କାନ୍ଥରୁ ଗୁଳି ଛିଟିକି ବାଜିଲା ନାବାଳକ ଦେହରେ। ଗୁଳି ବାଜି ନାବାଳକ ଆହତ। ଖବର ପାଇ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ। ଗୋଟିଏ ଦେଶୀ ବନ୍ଧୁକ ଜବତ କରି ତଦନ୍ତ ଚଳାଇଛି ପୋଲିସ। ଗିରଫ ଦୁଇ ଭାଇ ହେଲେ ୧୯ ବର୍ଷିୟ ରବି ନାୟକ ଓ ୨୧ ବର୍ଷିୟ ଶିବ ନାୟକ। ଚିକିତ୍ସା ପରେ ଆହତ ନାବାଳକ ସୁସ୍ଥ ଥିବା ଜଣା ପଡିଛି। ଗତକାଲି ଘଟିଥିଲା ଗୁଳିକାଣ୍ଡ। ଦୁଇ ଭାଇଙ୍କୁ କୋର୍ଟ ଚାଲାଣ କରିବ ପୋଲିସ