Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବେନି ରୋହିତ

Sanchar Live by Sanchar Live
October 13, 2024
in କ୍ରୀଡ଼ା
0
ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବେନି ରୋହିତ
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ବାଂଲାଦେଶ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ୨୦୧୮-୧୯ ଓ ୨୦୨୦-୨୧ରେ କଙ୍ଗାରୁ ଦଳକୁ ମାତ ଦେଇଥିଲା ଟିମ ଇଣ୍ଡିଆ । ତେଣୁ ଘରୋଇ ମାଟିରେ ବାଂଲାଦେଶକୁ ଧୂଲି ଚଟାଇବା ପରେ ଅଷ୍ଟ୍ରେଲିଆ ପାଇଁ ଟ୍ରେନିଂ ଆରମ୍ଭ କରିଛନ୍ତି ଖୋଦ କ୍ୟାପଟେନ ରୋହିତ ଶର୍ମା । କିନ୍ତୁ ଏବେ ରୋହିତ ଶର୍ମାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

ନଭେମ୍ବର ୨୨ ତାରିଖରୁ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ । ତେବେ ଏହା ପୂର୍ବରୁ ରୋହିତ ଶର୍ମା ଏହି ସିରିଜ ଖେଳିବା ନଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଏକ ରିପୋର୍ଟ ମୁତାବକ ବ୍ୟକ୍ତିଗତ କାରଣରୁ ସରିଜର ପ୍ରଥମ ମ୍ୟାଚ ଖେଳିବେନି ରୋହିତ ଶର୍ମା । କିନ୍ତୁ ଏହାକୁ ନେଇ ବିସିସିଆଇ କିମ୍ବା ରୋହିତ ଶର୍ମା କୌଣସି ସୂଚନା ଦେଇ ନାହନ୍ତି ।

ଟେଷ୍ଟ ଚାମ୍ପିୟନସିପ୍ ପୂର୍ବରୁ ଅଷ୍ଟ୍ରେଲିଆ ସିରିଜ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ପୂର୍ବରୁ ଦୁଇଥର ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପହଞ୍ଚିଥିଲେ ସୁଦ୍ଧା ଚାମ୍ପିୟନ୍ ହୋଇ ପାରିନି ଟିମ ଇଣ୍ଡିଆ । ପ୍ରଥମ ଥର ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜିତ ହୋଇଥିବା ବେଳେ ଦ୍ୱିତୀୟ ଥର ଅଷ୍ଟ୍ରେଲିଆ ବିପକ୍ଷରେ ପରାଜିତ ହୋଇଥିଲା ଭାରତ । ପୁଣି ଥରେ ଟ୍ରଫି ଆଣିବାକୁ ଆପ୍ରାଣ ଚେଷ୍ଟା କରିବ ରୋହିତ ବାହିନୀ ।

ଏବେ ବାଂଲାଦେଶ ବିପକ୍ଷରେ ଟିଟ୍ୱେଣ୍ଟି ସିରିଜ ଖେଳୁଛି ଟିମ୍ ଇଣ୍ଡିଆ । ଏହାପରେ ଅଷ୍ଟ୍ରେଲିଆ ଗସ୍ତ କରିବ । ନଭେମ୍ବର ୨୨ରେ ପର୍ଥରେ ଡେ’ ନାଇଟ୍ ଟେଷ୍ଟ ମ୍ୟାଚ ଖେଳାଯିବ । ରିପୋର୍ଟ ମୁତାବକ ବ୍ୟକ୍ତିଗତ କାରଣରୁ ଏହି ଟେଷ୍ଟ ମ୍ୟାଚ ନଖେଳି ପାରନ୍ତି ରୋହିତ ଶର୍ମା । ତେବେ ଏହାପରେ ବି ସେ ସିରିଜରେ ସାମିଲ ହେବେ କି ତାହାକୁ ନେଇ ଚିତ୍ର ସ୍ପଷ୍ଟ ହୋଇପାରୁନି । ବିସିସିଆଇ ପାଖକୁ ମଧ୍ୟ ରୋହିତ ଶର୍ମାଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଦିଆଯାଇନାହିଁ । ରୋହିତ ଶର୍ମା ଏହି ସିରିଜରୁ ଓହରି ଗଲେ ଭାରତକୁ ଏକ ବଡ ଝଟକା ଲାଗିବ । ଏଥିରେ କୌଣସି ସନ୍ଦେହ ନାହିଁ । ସେପଟେ ଟେଷ୍ଟ ଚାମ୍ପିୟନସିପ କଥା କହିଲେ, ୨୦୨୩-୨୫ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତ । ୧୧ ଟେଷ୍ଟ ମ୍ୟାଚ ବିଜୟୀ ହୋଇ ୯୮ ପଏଣ୍ଟ ପାଇଛି ଭାରତ । ଭାରତ ପଛକୁ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ଇଂଲଣ୍ଡ ରହିଛନ୍ତି ।

Tags: austreliarohit sharma
ShareTweetShareSend
Sanchar Live

Sanchar Live

Next Post
ହାଇପ୍ରୋଫାଇଲ ମର୍ଡରକୁ ନେଇ ମହାରାଷ୍ଟ୍ର ରାଜନୀତି ହଲଚଲ

ହାଇପ୍ରୋଫାଇଲ ମର୍ଡରକୁ ନେଇ ମହାରାଷ୍ଟ୍ର ରାଜନୀତି ହଲଚଲ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.