ସଂଚାର ବ୍ୟୁରୋ: ୨୦୦୭ ଟି-୨୦ ବିଶ୍ୱକପର ଫାଇନାଲ ଶେଷ ଓଭର ବୋଲିଂ କରିଥିବା ବୋଲରଙ୍କ କଥା ମାନେ ଅଛି ତ। ସେହି ଯୋଗିନ୍ଦର ଶର୍ମାଙ୍କୁ ଭେଟିଛନ୍ତି ମହେନ୍ଦ୍ର ସିଂହ ଧୋନୀ । ଦୀର୍ଘ ୧୨ ବର୍ଷପରେ ଭେଟିଛନ୍ତି। ଯୋଗିନ୍ଦର ଶର୍ମା ହେଉଛନ୍ତି ସେହି କ୍ରିକେଟର ଯିଏକି, ଥିଲେ ଭାରତୀୟ ଟିମ୍ର ପୂର୍ବତନ କ୍ରିକେଟର ତଥା ଅଲରାଉଣ୍ଡର । ଯିଏକି ଦିନେ ଧୋନୀଙ୍କ ସହ କରିଥିଲେ ଡେବ୍ୟୁ । ହରିୟାଣା ପୋଲିସ ଅଧିକାରୀ ଯୋଗିନ୍ଦର ସିଂହ ଗୋଟିଏ ଇନଷ୍ଟାଗ୍ରାମ ଭିଡିଓରେ ସେୟାର କରି କହିଛନ୍ତି ଯେ ୧୨ ବର୍ଷ ପରେ ସେ ଧୋନୀଙ୍କୁ ଭେଟିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ୍ ଫାଇନାଲରେ ଯୋଗିନ୍ଦର ଶର୍ମା ପକାିଥିଲେ ଶେଷ ଓଭର । ଯେଉଁଥିରେ ଭାରତ ପାକିସ୍ତାନକୁ ହରାଇ ହେତେଇଥଲା ଟାଇଟଲ୍ ।
ଆଇପିଏଲ୍ ୨୦୨୫ ପୂର୍ବରୁ ସେ ଚେନ୍ନାଇ ସୁପର କିଙ୍ଗ୍ସର ରିଟେନ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ଭିତରେ ଏହି ଲେଜେଣ୍ଡାରୀ କ୍ରିକେଟର ପୋଲିସ ଅଧିକାରୀଙ୍କ ଭେଟିଥିବାର ଫଟୋ ସାମ୍ନାକୁ ଆସିଛି । ଯାହା ଏବେ ଇମ୍ଟରନେଟ୍ରେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ଭାବୁଥିବେ କି, ପୋଲିସ ଅଧିକାରୀଙ୍କ ସହ ଫଟୋ, ତାଙ୍କୁ କଣ କିଏ ଗିରଫ କରିଛି କି? ଯଦି ଏପରି ଭାବୁଛନ୍ତି ତେବେ ତାହା ସଂପୂର୍ଣ୍ଣ ଭୁଲ୍ । କାରଣ ଉଭୟଙ୍କ ମଧ୍ୟରେ ହୋଇଥିବା ସାକ୍ଷାତକାର ଖାସ୍ ଅଟେ । ୧୨ ବର୍ଷର ସଂପର୍କ ରହିଛି ଉଭୟଙ୍କ ମଧ୍ୟରେ ।