ସଂଚାର ବ୍ୟୁରୋ: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମାଆ ତାରିଣୀ ପୀଠରେ ଲାଗିଛି ଭକ୍ତଙ୍କ ଭିଡ। ଆଜି ମାଆଙ୍କ ପୀଠରେ ମହାସପ୍ତମୀ ପାଳନ ହେବା ସହ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ। ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ସୁନାବେଶରେ ମାଆ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏନେଇ ପୀଠରେ ହୋମ,ଯଜ୍ଞ, ଚଣ୍ଡୀପାଠ ଆଦି ସହ ମାଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ସନ୍ଧ୍ୟାରେ ମାଆଙ୍କ ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଝିଅ ବାଦି ପାଲା ଅନୁଷ୍ଠିତ ହେବ ।