ସଂଚାର ବ୍ୟୁରୋ: IPS ଅରୁଣ ଷଡଙ୍ଗୀ ନେଲେ ଅବସର । ଚାକିରିର ୧୦ମାସ ପୂର୍ବରୁ ସ୍ବେଛାକୃତ ଅବସର ନେଲେ ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ କୁମାର ଷଡଙ୍ଗୀ। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଟ୍ରେନିଂ ଏକାଡେମୀରେ ବିଦାୟ କାଳୀନ ସମାରୋହର ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଅରୁଣ ଷଡଙ୍ଗୀଙ୍କୁ ବିଦାୟ ସମ୍ବର୍ଦ୍ଧନା । ପୋଲିସ ଏକାଡେମୀରେ ଥିବା ଟ୍ରେନିମାନଙ୍କ ଦ୍ବାରା ପ୍ୟାରେଡ ଆୟୋଜନ ।
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ଦାୟିତ୍ଵରେ ଥିଲେ। ଏଥି ସହିତ ସ୍ବତନ୍ତ୍ର DG ଟ୍ରେନିଂ ଦାୟିତ୍ବରେ ରହିଥିଲେ। ଗତ ସାଧାରଣ ନିର୍ବାଚନରେ DG In-charge ଥିଲେ। ଅବସର ପରେ ସେ OPSC ଚେୟରମ୍ୟାନ ଭାବେ ଦାୟିତ୍ବ ଗ୍ରହଣ କରିବେ। ଏଥି ସହିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଭାବେ ସଞ୍ଜୀବ ପଣ୍ଡା ଦାୟିତ୍ବ ଗ୍ରହଣ କରିଛନ୍ତି।