Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ନେଇ ଶନିବାର ସୋଆରେ ଆୟୋଜିତ ହେବ ସମ୍ମିଳନୀ

Sanchar Live by Sanchar Live
October 4, 2024
in ଓଡିଶା
0
0
SHARES
7
VIEWS
Facebook
Twitter

ସଂଚାର ବ୍ୟୁରୋ: ପ୍ରତିରକ୍ଷା ବିଶେଷଜ୍ଞ, ସରଞ୍ଜାମ , ଉତ୍ପାଦନକାରୀ, ନିବେଶକ, ଗବେଷକ ଏବଂ ସେନା ଅଧିକାରୀ ମାନେ ଓଡ଼ିଶାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନର ସମ୍ଭାବନାକୁ ନେଇ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଶନିବାର ଏକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି ।

‘ମିଶନ୍‌: ମେକ୍ ଇନ୍ ଓଡ଼ିଶା ଫର୍ ଡିଫେନ୍ସ ଇଣ୍ଡଷ୍ଟ୍ରୀ-ଅପର୍ଚୁନିଟିଜ୍ ଗାଲୋର’ ଶୀର୍ଷକ ଏହି ସମ୍ମିଳନୀ ଓଡ଼ିଶା କର୍ପୋରେଟ ଫାଉଣ୍ଡେସନ୍‌, ସୋଆ ଏବଂ ସୋଆ ସେଣ୍ଟର ଫର୍ ଇନୋଭେସନ୍ ଆଣ୍ଡ ଇନ୍‌କ୍ୟୁବେସନ୍ (ସୋଆ-ସିଆଇଆଇ)ର ମିଳିତ ସହଯୋଗରେ ଆୟୋଜନ କରାଯାଇଛି । ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ‘ଉଦ୍ୟୋଗପତି ଏବଂ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞଙ୍କୁ ଗୋଟିଏ ମଞ୍ଚରେ ଏକିତ୍ରିତ କରିବା’ ବୋଲି ଶୁକ୍ରବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏଫର ଉପଦେଷ୍ଟା ବ୍ରିଗେଡିୟର ଏଲ୍‌.ସି. ପଟ୍ଟନାୟକ ସୂଚନା ଦେଇଛନ୍ତି ।

Related posts

ଦୀପାବଳି ରାତିରେ କଡ଼ା ପହରା: ବାଣ ଫୁଟାଇବା ପୂର୍ବରୁ ଜାଣିରଖନ୍ତୁ ନିୟମ

ଦୀପାବଳି ରାତିରେ କଡ଼ା ପହରା: ବାଣ ଫୁଟାଇବା ପୂର୍ବରୁ ଜାଣିରଖନ୍ତୁ ନିୟମ

November 8, 2026
ପବିତ୍ର ଦୀପାବଳି ପାଇଁ ଗାଁଠୁ ସହର ଉତ୍ସବ ମୁଖର

ପବିତ୍ର ଦୀପାବଳି ପାଇଁ ଗାଁଠୁ ସହର ଉତ୍ସବ ମୁଖର

November 8, 2026

ରାଷ୍ଟ୍ରୀୟ ସୁରକ୍ଷା, ଅର୍ଥନୈତିକ ବିକାଶ ଓ ନିଯୁକ୍ତିର ସୁଯୋଗକୁ ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଓଡ଼ିଶାରେ ପର୍ଯ୍ୟାପ୍ତ କଂଚାମାଲ, ଭିତିଭୂମି, କୁଶଳୀ ମାନବ ସମ୍ବଳ ଏବଂ ରପ୍ତାନୀର ସମସ୍ତ ସୁଯୋଗ ରହିଥିବା ବେଳେ ରାଜ୍ୟରେ ଅଧିକ ମାତ୍ରାରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ହୋଇପାରି ନାହିଁ । ଏହି କ୍ଷେତ୍ରରେ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ରହିଥିବା ବ୍ରିଗେଡିୟର ପଟ୍ଟନାୟକ କହିଛନ୍ତି ।

ଏହି ସମ୍ମିଳନୀର ପ୍ରମୁଖ ପ୍ରସଙ୍ଗ ରହିଛି ସ୍ଥାନୀୟ ବୁଦ୍ଧିମତାକୁ ନେଇ ସ୍ୱଦେଶୀ ପଦାର୍ଥର ଉତ୍ପାଦନ ଏବଂ ଓଡ଼ିଶାର କୁଶଳୀ ମାନବସମ୍ବଳକୁ ନେଇ ବିଶ୍ୱସ୍ତରୀୟ ପ୍ରତିରକ୍ଷା ଉତ୍ପାଦ, ଅଭିନବ ଉପାୟ ଏବଂ ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରି ଓଡ଼ିଶାର ଉନ୍ନତି ସାଧନ କରିବା ବୋଲି ସେ କହିଛନ୍ତି । ଏଥି ସହିତ ବିଶ୍ୱ ପ୍ରତିରକ୍ଷା ବଜାରରେ ଓଡ଼ିଶାକୁ ପ୍ରତିପାଦିତ କରି ବିଦେଶୀ ନିବେଶକକୁ ଆକର୍ଷିତ କରିବା ମଧ୍ୟ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି ।

ସାମ୍ବାଦିକ ସମ୍ମିଳନୀରେ ମେଜର ଜେନେରାଲ୍ (ଅବସରପ୍ରାପ୍ତ) ଆର.ସି.ପାଢ଼ୀ, ଏଭିଏମ୍ (ଅବସରପ୍ରାପ୍ତ) ଏମ୍‌. ମହନ୍ତ, କର୍ଣ୍ଣେଲ୍ (ଡକ୍ଟର) ପି.ସି. ପଟ୍ଟନାୟକ, ଓସିଏଫ୍‌ର ୱିମେନ୍ ୱିଙ୍ଗର ଚେୟାରମ୍ୟାନ୍ ଶ୍ରୀମତି ଉଶଷୀ ରଥ ଏବଂ ଏଗ୍‌ଜିକ୍ୟୁଟିଭ ଡାଇରେକ୍ଟର ତଥା ଉପଦେଷ୍ଟା ଶ୍ରୀ ପ୍ରମୋଦ କୁମାର ଶତପଥୀ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

Tags: odishasoa univer sity

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଦୀପାବଳିରେ ଅଘଟଣ: ନଜର ପକାନ୍ତୁ ଦେଶର ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ଉପରେ…
  • ରାତିରେ ଶୋଇବାବେଳେ କେଶ ବାନ୍ଧି ଶୋଇବେ ନା ଖୋଲିକି ଶୋଇବେ?
  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.