ସଂଚାର ବ୍ୟୁରୋ: ରଥଯାତ୍ରା ପାଇଁ ଚଳଚଞ୍ଚଳ ବିରଜା କ୍ଷେତ୍ର । ଆସନ୍ତାକାଲି ଠାରୁ ନଅଦିନ ବ୍ୟାପୀ ଯାଜପୁର ଅଧିଷ୍ଠାତ୍ରୀ ମା ବିରଜାଙ୍କ ବିଜୟା ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ଗୋଟିଏ ଦିନ ଥିବାରୁ ଜୋରସୋରରେ ଚାଲିଛି ମାଙ୍କ ରଥ ନିର୍ମାଣ କାମ । ତେବେ ରଥଯାତ୍ରା ପାଇଁ ମନ୍ଦିର ଟ୍ରଷ୍ଟି ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଯାପକ ବ୍ଯବସ୍ଥା କରାଯାଇଛି ।
ରଥଯାତ୍ରା ନେଇ ଚଳଚଞ୍ଚଳ ବିରଜା କ୍ଷେତ୍ର । ଦଶହରା ଅବସରରେ ଏହି ପୀଠରେ ୯ ଦିନ ବ୍ଯାପୀ ମାଆଙ୍କ ରଥଯାତ୍ରା ଅନୁଷ୍ଠିତ ହୁଏ । ଆସନ୍ତାକାଲି ଠାରୁ ମାଆଙ୍କ ରଥ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ଯ । ଭାରତ ବର୍ଷରେ ୫୧ ଟି ଶକ୍ତି ପୀଠ ମଧ୍ୟରୁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଶକ୍ତି ପୀଠ ଅନ୍ୟତମ । ତେବେ ମାଆଙ୍କ ରଥଯାତ୍ରାର ସ୍ଵତନ୍ତ୍ରତା ରହିଛି । ମାଙ୍କ ମନ୍ଦିର ବେଢ଼ା ଚତୁଃପାଶ୍ଵରେ ବିଜୟା ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଇଥାନ୍ତି । ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ମାଙ୍କ ରଥଯାତ୍ରାରେ ସାମିଲ ହୋଇଥାନ୍ତି । ତେବେ ଚଳିତ ବର୍ଷ ମଧ୍ଯ ରଥଯାତ୍ରାରେ ସାମିଲ ହେବାକୁ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହିତ ଅଛନ୍ତି । ଆଉ ସଭିଏଁ ମାଙ୍କୁ ରଥରେ ଦର୍ଶନ କରି ରଥ ଦଉଡି ଧରିବାକୁ ଅପେକ୍ଷା କରିଛନ୍ତି ।
ରଥଯାତ୍ରା ଆସନ୍ତା କାଲି ଠାରୁ ଆରମ୍ଭ ହେଉଥିବା ବେଳେ ମାଙ୍କ ବିରଜା ରଥ ନିର୍ମାଣ ମଧ୍ୟ ଜୋରସୋରରେ ଚାଲିଛି । ୮ ରୁ ୧୦ ଜଣ ମହାରଣା କାରିଗର ରଥ ପ୍ରସ୍ତୁତିରେ ଲାଗିଛନ୍ତି । ଶୁଭ ସୁନିଆଁ ଠାରୁ ବିଲ୍ୱବରଣୀ ହୋଇ ମାଙ୍କ ରଥ ନିର୍ମାଣ ଆରମ୍ଭ ହୋଇଥିବା ବେଳେ ୮୯୮ ଖଣ୍ଡ କାଠରେ ରଥ ନିର୍ମାଣ ଚାଲିଛି । ରଥର ଚକ ସଂଖ୍ୟା ୧୨ଟି ଥିବା ବେଳେ ରଥରେ ନବଗ୍ରହ, ଦଶଦିଗପାଳ ରହିଛନ୍ତି । ସ୍ୱୟଂ ବ୍ରହ୍ମାଂ ହିଁ ରଥର ସାରଥୀ ସାଜିଥାନ୍ତି । ରଥର ଉଚ୍ଚତା ୫୬ ଫୁଟ ହୋଇଥିବା ବେଳେ ମାଙ୍କ ରଥଯାତ୍ରା ବିଶ୍ୱରେ ବିରଳ ବୋଲି କୁହାଯାଏ । ୯ ଦିନର ରଥଯାତ୍ରାକୁ ଦେଖିବା ପାଇଁ ଦୈନିକ ଶହଶହ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ଶାନ୍ତିପୂର୍ଣ୍ଣ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ଯବସ୍ଥା କରାଯାଇଛି । ଖୁବଶୀଘ୍ର ରଥ କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି ମୁଖ୍ୟ ମହାରଣା ।