ସଂଚାର ବ୍ୟୁରୋ: ପ୍ରସବ ବେଦନା ଠାରୁ ବଳିପଡ଼ିଛି ପୁଅ ବୋହୁର ଯନ୍ତ୍ରଣା । ଏବେ ନ୍ୟାୟପାଇଁ ଦୁଇଦିନ ହେଲା ପୋଲିସ ଷ୍ଟେସନ ଆଗରେ ବସି ବସି ଯାଉଛନ୍ତି ୮୦ ବର୍ଷର ବାପା କୃଷ୍ଣ ପଦ ସରକା ଓ ମାଆ ଅମ୍ବିକା ସରକାର। ପାରାଦ୍ଵୀପ ଆଦର୍ଶ ଥାନା ଅଧିନ ଉଦୟବଟ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ପୁଅ ରଞ୍ଜନ ସରକାର ଓ ବୋହୁ ଯମୁନା ବିଶ୍ବାସର ମାଡରେ ବାପାର ମୁହଁ ଫୁଲିଥିବା ବେଳେ ମାଆ ମଧ୍ୟ ଆହତ ହୋଇଛି । ଘଟଣାକୁ ନେଇ ଉଭୟ ବାପା ମାଆ ପାରାଦ୍ଵୀପ ଆଦର୍ଶ ଥାନାରେ ଏତଲା ଦେଇଥିଲେ ମଧ୍ଯ ପୋଲିସ କୌଣସି ପଦକ୍ଷେପ ନେଇ ନଥିବା ଜଣାପଡିଛି। ଏପରିକି ଏତଲା କପି ନେବା ପାଇଁ ସକାଳ ଠାରୁ ରାତି ଅଧ ଯାଏ ବସିଛନ୍ତି ବୃଦ୍ଧ ବୃଦ୍ଧା । ନିଜ ଘରେ ନିଜେ ରହିବା ପାଇଁ ଆକୁଳ ନିବେଦନ କରୁଛନ୍ତି ବାପା ମାଆ ।