ସଂଚାର ବ୍ୟୁରୋ: ସୀମା ଟପିଲେ ପ୍ରଧାନଶିକ୍ଷୟିତ୍ରୀ । ପିଲାଙ୍କୁ ପିଟିଲେ, ନିଜ ଘୋଡ଼ ଘସାଇଲେ । ଏଭଳି ଅଭାବନୀୟ ଦୃଶ୍ଯ ଦେଖିବାକୁ ମିଳିଛି କଟକ ଟାଙ୍ଗୀ ବ୍ଲକ ହରିଅନ୍ତା ପଞ୍ଚାୟତ ତିରଣପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଭଲଭାବରେ ଦେଖନ୍ତୁ ଏ ଦୃଶ୍ଯକୁ । କ୍ଲାସ ଚାଲିଥିବାବେଳେ ଶ୍ରେଣୀଗୃହରେ ଶୋଇଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ସବିତା ମହାନ୍ତି । ଆଉ ଜଣେ ଛାତ୍ରୀ ତାଙ୍କ ଗୋଡ଼ ମୋଡୁଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣକୁ ନେଇ ସବୁଛି ଅସନ୍ତୋଷ ଦେଖାଦେଇଛି । ଅଭିଭାବକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ପ୍ରଧାନଶିକ୍ଷୟିତ୍ରୀ ହୋଇ କିଭଳି ଏଭଳି କାର୍ଯ୍ଯକଲେ ତାକୁ ନେଇ ପ୍ରଶ୍ନ ଉଠିଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି ।