ସଂଚାର ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ପୃଥକ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ଉପଦ୍ରବ ମଚାଉଥିବା ଝାଡଖଣ୍ଡୀ ହାତୀପଲ ସମସ୍ତଙ୍କ ନିଦ ହଜାଇଥିବା ବେଳେ ସୋମବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ପଟୁ ଏକ ଦନ୍ତାହାତୀ ହାତୀ ମୟୂରଭଞ୍ଜ ସୀମାକୁ ପ୍ରବେଶ କରି ଦେଉଳି, ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଉପଦ୍ରବ ରଚିଛି। ଘଟଣାରେ ଶୁଳିଆପଦା ଥାନା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ବନବିଭାଗ ଦ୍ବାରା ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ପାକଟିଆ ସୋନପୁରିଆ ଗ୍ରାମର ରଘୁନାଥ ହେମ୍ବ୍ରମ। ଆହତ ଦ୍ବୟ ହେଲେ ପୋଖରିଆ ଗ୍ରାମର ଲୁସକି ସୋରେନ ଓ ତାଡକି ଗ୍ରାମର ସର୍ବେଶ୍ବର ସିଂ।