ସଂଚାର ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଥିବା ଅରବିନ୍ଦ କେଜ୍ରିୱାଲ ଏବେ ସରକାରୀ ଆବାସ ବି ଛାଡ଼ିବେ। ତେବେ କେବେ ସେ ସରକାରୀ ଆବାସ ଛାଡ଼ିବେ ଓ ତାଙ୍କ ନୂଆ ଠିକଣା କ’ଣ ହେବ ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି କେଜ୍ରିୱାଲ ।
ଗତକାଲି ଜନ୍ତର ମନ୍ତରରେ ଏକ ସଭାକୁ ସମ୍ବୋଧନ କରି କେଜ୍ରିୱାଲ କହିଛନ୍ତି, ନବରାତ୍ରୀରେ ହିଁ ମୁଁ ନିଜ ସରକାରୀ ଘର ଖାଲି କରିଦେବି। ଏହାପରେ ମୁଁ ଆପଣମାନଙ୍କ ଗହଣକୁ ଚାଲି ଆସିବି। ଆପଣମାନଙ୍କ ସହ ରହିବି ।
ମୁଁ ଇସ୍ତଫା ଦେଇ ସାରିଥିବା ବେଳେ ତୁରନ୍ତ ସରକାରୀ ଘର ବି ଖାଲି କରିବା କଥା। କିନ୍ତୁ ମୋ’ ପାଖରେ ଘର ନାହିଁ। ମୋତେ ବହୁ ଲୋକ ପ୍ରଶ୍ନ କରୁଛନ୍ତି, ୧୦ ବର୍ଷ ଭିତରେ ଆପଣ ଘରଟିଏ କରି ପାରିଲେନି। ତେଣୁ ଲୋକମାନେ ନିଜ ଘରେ ମାଗଣାରେ ରହିବାକୁ ମୋତେ କହୁଛନ୍ତି। ତେଣୁ ମୁଁ ନବରାତ୍ରୀରେ ଆପଣମାନଙ୍କ ଗହଣକୁ ଚାଲି ଆସିବି ବୋଲି ସେ କହିଛନ୍ତି।