ସଂଚାର ବ୍ୟୁରୋ: କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଇସୁଆଁ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। ସେ ୩ ଦିନିଆ ସରକାରୀ ଗସ୍ତରେ ସେ କେନ୍ଦୁଝରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ୨ୟ ଗସ୍ତ।
ସୂଚନାନୁଯାୟୀ, କେନ୍ଦୁଝର ଅଡିଟୋରିୟମ୍ରେ ଲାଇଫ୍ ସେଭର୍ସ ଗ୍ରୁପର ତୃତୀୟ ବାର୍ଷିକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ। ସେଠାରୁ ସଡ଼କ ପଥରେ ଦିନ ୧ଟାରେ ସର୍କିଟ୍ ହାଉସ ଅଭିମୁଖେ ଯାତ୍ରା କରିବେ। ପୁଣି ଅପରାହ୍ନ ୨ଟା ୨୦ ମିନିଟ୍ରେ ହେଲିକେପ୍ଟର ଯୋଗେ କରଞ୍ଜିଆପଡା ଗ୍ରାମକୁ ଯାତ୍ରା କରିବେ । ମା’ ତାରିଣୀ କ୍ଲବ୍ ପକ୍ଷରୁ ଆୟୋଜିତ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ । ଅପରାହ୍ନ ୪ଟା ୪୦ ମିନିଟ୍ରେ ସଡ଼କ ପଥରେ ରାଇକଳା ନିଜ ଗ୍ରାମକୁ ଯାତ୍ରା କରିବେ । ସନ୍ଧ୍ୟା ୭ଟା ୧୫ ମିନିଟ୍ରେ ସଡ଼କପଥରେ କେନ୍ଦୁଝର ସହରର କାଶ୍ଭି ଇଣ୍ଟରନ୍ୟାସ୍ନାଲ ହଟେଲରେ ବିଧାୟକ ଓ ସାଂସଦଙ୍କ ସହିତ ଏକ ବୈଠକରେ ଯୋଗଦେବେ । ପରେ ରାତି ୧୦ଟା ୧୦ଳ ମିନିଟ୍ରେ ପୁଣି ସର୍କିଟ୍ ହାଉସ ଯାତ୍ରା କରି ସେଠାରେ ରାତ୍ରୀଯାପନ କରିବେ ।