ସଂଚାର ବ୍ୟୁରୋ: ବିଷ ପିଇ ମାଆ ଓ ଝିଅର ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ପ୍ରଥମେ ପୁରୀ ଡେଲାଙ୍ଗ ଓ ପରେ ଚିକିତ୍ସା ପାଇଁ ଭୁବନେଶ୍ବର ରେଫର । ସୂଚନା ଅନୁସାରେ ଆଜି ମୟୁରଭଞ୍ଜ ରୁ ପୁରୀ ଅଭିମୁଖେ ଟ୍ରେନରେ ଯାତ୍ରା କରୁଥିବା ବେଳେ ଗୋଟିଏ ପରିବାର ଦୁଇ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମୟୁରଭଞ୍ଜ ଜଷିପୁର ବ୍ଲକ ମୌଜି ଗ୍ରାମର ରାଜୁ ମଣ୍ଡଳ ନିଜ ପରିବାର ସହିତ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବେଳେ କୌଣସି ଘଟଣା କୁ ନେଇ ପ୍ରଥମେ ଝିଅ ଓ ପରେ ମାଆ ବିଷ ପିଇ ଦେଇଥିଲେ । ଟ୍ରେନ ରେ ଥିବା ଯାତ୍ରୀ ଏ ନେଇ ଜାଣିବା ପରେ ଏମାନଙ୍କୁ ଚିକିତ୍ସା ପାଇଁ କଣାସ ରୋଡ଼ ଳଷ୍ଟେସନ ରେ ଓହ୍ଲାଇ ଦେଇଥିଲେ । ଖବର ପାଇ ମୁନିନ୍ଦା ସରପଞ୍ଚ ଏମାନଙ୍କୁ ଚିକିତ୍ସା ପାଇଁ ଡେଲାଙ୍ଗ ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ । ମାଆ ଓ ଝିଅ ଙ୍କ ର ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଏମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ରେଫର କରାଯାଇଛି । ସେପଟେ ଏ ସମ୍ପର୍କରେ ମୟୁରଭଞ୍ଜ ଜିଲ୍ଲାର ଲୋକ ଓ ସେମାନଙ୍କ ସମ୍ପର୍କୀୟ ଏ ସମ୍ପର୍କରେ କିଭଳି ଜାଣିବେ ଏ ନେଇ ସୋସିଆଲ ମିଡ଼ିଆରେ ଭିଡିଓ ଜାରି କରିଛନ୍ତି କୋଠବାଡ଼ ସରପଞ୍ଚ ଦୀପକ କୁମାର ସାହୁ।