ସଂଚାର ବ୍ୟୁରୋ: କଣାସ ବ୍ରାଞ୍ଚ କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର କଲା କୋଶଲ୍ୟାଗଙ୍ଗ ଫାଣ୍ଡି ପୋଲିସ । ମୃତକ ହେଲେ ବାଳକାଟି ଭଇଁଚୁଆ ଗ୍ରାମର ଗୋବିନ୍ଦ ସାହୁ । ଗୋବିନ୍ଦ ଜଣେ କାଠ ମିସ୍ତ୍ରୀ । ଗତକାଲି ସନ୍ଧ୍ୟାରୁ ଘରୁ ଯାଇ ଆଉ ଫେରି ନଥିଲେ । ମୃତଦେହ ଭାସୁଥିବା ଦେଖି ପୋଲିସକୁ ଲୋକେ ଖବର ଦେଇଥିଲେ । ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଥିବା ବେଳେ ବାମ ଆଖି ନିକଟରେ ଗଭୀ ଆଘାତ ରହିଛି । କେହି ହତ୍ୟା କରି ହାତଗୋଡ଼ ବାନ୍ଧି କେନାଲରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି । ଗୋବିନ୍ଦଙ୍କର ଗୋଟିଏ ପୁଅ ଓ ଜଣେ ଝିଅ ଅଛନ୍ତି ।