ସଂଚାର ବ୍ୟୁରୋ: ଢେଙ୍କାନାଳରେ ଲଜ୍ଜା । ଘରେ ଏକା ଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ। ମହାବୀର ରୋଡ଼ରେ ଘଟିଛି ଏପରି ଘଟଣା । ଅଭିଯୁକ୍ତକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ପୋଲିସ୍ । ମହାବିରୋଡ଼ ଥାନା ଅଞ୍ଚଳରେ ରୁହନ୍ତି ନାବାଳିକା । ମାଆ ବାପା ଫାଷ୍ଟଫୁଡ ବ୍ୟବସାୟ କରନ୍ତି । ତେବେ ପାଖ ଗାଁରେ ଯାତ୍ରା ଚାଲିଥିବାରୁ ମାଆ ବାପା ସେଠାକୁ ଦୋକାନ କରିବାକୁ ଚାଲିଯାଇଥିଲେ । ଜେଜୀ ଜଙ୍ଗଲକୁ ଯାଇଥିବାବେଳ ଘରେ କେହି ନଥିବା ସୁଯୋଗରେ ଅଭିଯୁକ୍ତ ନାବାଳିକାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ପରୀକ୍ଷା କରାଯାଇ ଢେଙ୍କାନାଳ ପୋସ୍କୋ କୋର୍ଟକୁ ପଠାଯାଇଥିବା ମହାବିରୋଡ଼ ଥାନା ଅଧିକାରୀ ଅନାଦି ପଟାୟତ ସୂଚନା ଦେଇଛନ୍ତି ।