ସଂଚାର ବ୍ୟୁରୋ: ରାଉରକେଲା ଇଏସଆଇସି ମଡେଲ ହସ୍ପିଟାଲ ପରିଦର୍ଶନ କଲେ ରାଜ୍ଯ ଓ ସେଣ୍ଟ୍ରାଲ ଟିମ୍ । ସ୍ଥିତି ଅନୁଧ୍ଯାନ କରିବା ସହ ବିଭିନ୍ନ ସମସ୍ଯାର ସମାଧାନ ନେଇ ଦେଲେ ପ୍ରତିଶ୍ରୁତି । କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ହେଉଥିବା ରାଉରକେଲା ଇଏସଆଇସି ମଡେଲ ହସ୍ପିଟାଲରେ ଖାଲିଥିବା ବିଶେଷଜ୍ଞ ଡାକ୍ତର ପଦଵୀ ପୁରଣ କରାଯାଉ ନଥିଵା, ଏକ୍ସରେ ମେସିନ, ଅଲଟ୍ରା ସାଉଣ୍ଡ ମେସିନ ଏମ ଆର ଆଇ କାର୍ଯ୍ୟକ୍ଷମ ନଥିବା ତଥା ବିଭିନ୍ନ ସମସ୍ୟା ଥିବା ଅଭିଯୋଗ ହୋଇଥିଲା । ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରଶାରଣ ହୋଇଥିଲା । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆନ୍ଦୋଳନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହାପରେ ରାଜ୍ଯ ଓ ସେଣ୍ଟ୍ରାଲ ଟିମ ଆସି ହସପିଟାଲ ଅନୁଧ୍ଯାନ କରିଛନ୍ତି । ଇଏସଆଇସିର ଇଷ୍ଟ ଜୋନ ମେଡିକାଲ କମିଶନରଡକ୍ଟର ରଚିତା ବିଶ୍ଵାସ ଓ ରାଜ୍ୟ ଆଞ୍ଚଳିକ ନିର୍ଦ୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ ଆଜି ରାଉରକେଲା ଇଏସଆଇସି ହସ୍ପିଟାଲ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିବା ପରେ ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।