ସଂଚାର ବ୍ୟୁରୋ: ମାଥିଲିରେ ପୁଣି ଝାଡାବାନ୍ତିରେ ଜଣଙ୍କ ମୃତ୍ୟୁ ହୋଇଛି।। ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ହୋଇଛି। ମୃତକ ହେଲେ ଲୁଲେର ଗାଁର ସୁବର୍ଣ୍ଣା ନାୟକ। ଡାଇରିଆରେ ମାଥିଲି ସବଡିଭିଜନ ମେଡିକାଲରେ ଚିକିତ୍ସିତ ହେଉଥିଲେ । ୨୦ ଆକ୍ରାନ୍ତଙ୍କୁ ମାଥିଲି ମେଡିକାଲରେ ଚିକିତ୍ସା କରାଯାଉଛି । ଡାଇରିଆ ସଂକ୍ରମଣ ରୋକିବା ପାଇଁ ଉଦ୍ୟମ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।