Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଭାରତ

ଆଜି ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ

Sanchar Live by Sanchar Live
November 8, 2026
in ଭାରତ
0
0
SHARES
9
VIEWS
Facebook
Twitter

୯୯ ବର୍ଷ ପୂରଣ କରି ୧୦୦ତମ ବର୍ଷରେ ପଦାର୍ପଣ କରିଛନ୍ତି ଦେଶର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ । ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ ଅବସରରେ ବାଲୁକାକଳାରେ ଶୁଭେଚ୍ଛା । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହାପି 99TH ବାର୍ଥ ଡେ ଲେଖିଛନ୍ତି । ୫ ଫୁଟ ଉଚ୍ଚତାର ଏକ ବାଲୁକା ମୂର୍ତ୍ତି ନିର୍ମାଣ କରି ଶୁଭେଛା ଜଣାଇଛନ୍ତି ।

୧୯୨୭ ମସିହା ଆଜିର ଦିନରେ ତତ୍କାଳୀନ ଅବିଭକ୍ତ ଭାରତର କରାଚୀରେ ଜନ୍ମଗ୍ରହଣ କରିଥିଲେ ଆଡଭାନୀ । ତାଙ୍କ ଜନ୍ମଦିନ ଅବସରରେ ସୁସ୍ଥତା ଓ ଦୀର୍ଘ ଜୀବନ କାମନା କରି ବିଜେପି ପକ୍ଷରୁ ସ୍ୱତନ୍ତ୍ର ହୋମଯଜ୍ଞର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ, କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ଆଡଭାନୀଙ୍କ ଝିଅ ପ୍ରତିଭା ଆଡଭାନୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି । ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରମୁଖ ନିର୍ମାତା ଭାବେ ପରିଚିତ ଲାଲକୃଷ୍ଣ ଆଡଭାନୀ । ମାତ୍ର ୧୪ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଯୋଡ଼ି ହୋଇଥିଲେ ।

Related posts

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

November 8, 2026
ଦୀପାବଳି ଟ୍ରାଫିକ ଜାମ, ରାଜଧାନୀ ଚକେ ଗଡୁଛି ଚକା

ଦୀପାବଳି ଟ୍ରାଫିକ ଜାମ, ରାଜଧାନୀ ଚକେ ଗଡୁଛି ଚକା

November 8, 2026

ଦେଶ ବିଭାଜନ ପରେ ଭାରତକୁ ଆସିଥିଲେ । ପରବର୍ତ୍ତୀ ସମୟରେ ଭାରତୀୟ ଜନସଂଘରେ ସକ୍ରିୟ ହୋଇ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ୧୯୮୦ ମସିହାରେ ବିଜେପି ଗଠନ ପରେ ଦଳକୁ ଦେଶବ୍ୟାପୀ ସଂଗଠିତ କରିବାରେ ଆଡଭାନୀଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ୧୯୮୪ ଲୋକସଭା ନିର୍ବାଚନରେ ମାତ୍ର ଦୁଇଟି ଆସନ ଜିତିଥିବା ବିଜେପି ପରବର୍ତ୍ତୀ ଦଶନ୍ଧିରେ ଜାତୀୟ ରାଜନୀତିର ଏକ ବଡ଼ ଶକ୍ତି ଭାବେ ଉଭା ହୋଇଥିଲା । ୧୯୯୦ ମସିହାରେ ସୋମନାଥରୁ ଅଯୋଧ୍ୟା ଅଭିମୁଖେ ଆଡଭାନୀଙ୍କ ରାମ ରଥଯାତ୍ରା ଭାରତୀୟ ରାଜନୀତିରେ ଏକ ବଡ଼ ମୋଡ଼ ଆଣିଥିଲା । ଏହି ଯାତ୍ରା ରାମ ଜନ୍ମଭୂମି ଆନ୍ଦୋଳନକୁ ଜାତୀୟ ସ୍ତରରେ ଅଧିକ ଚର୍ଚ୍ଚିତ କରିଥିଲା ।

ଏହାକୁ ନେଇ ଦେଶରେ ବ୍ୟାପକ ରାଜନୈତିକ ବିତର୍କ ମଧ୍ୟ ସୃଷ୍ଟି ହୋଇଥିଲା । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଗୃହମନ୍ତ୍ରୀ ଏବଂ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଉପପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ ଆଡଭାନୀ । ସେ ଲୋକସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ମଧ୍ୟ ତୁଲାଇଥିଲେ ।

୨୦୦୯ ଲୋକସଭା ନିର୍ବାଚନରେ ବିଜେପି ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିଥିଲା । ୨୦୨୪ ମସିହାରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନିତ ହୋଇଥିଲେ ଆଡଭାନୀ । ଦୀର୍ଘ ରାଜନୈତିକ ଜୀବନରେ ସେ ଦେଶର ଅନେକ ଐତିହାସିକ ପରିବର୍ତ୍ତନର ସାକ୍ଷୀ ରହିଛନ୍ତି । ଆଜି ତାଙ୍କ ଜୀବନର ଏହି ବିଶେଷ ମାଇଲଖୁଣ୍ଟରେ ତାଙ୍କ ଦୀର୍ଘାୟୁ ଓ ନିରାମୟ ଜୀବନ ପାଇଁ ଶୁଭେଚ୍ଛା ଜଣାଯାଉଛି ।

Tags: Happybirthdaylk adavani

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ
  • ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.