Sunday, November 8, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ପବିତ୍ର ଦୀପାବଳି ପାଇଁ ଗାଁଠୁ ସହର ଉତ୍ସବ ମୁଖର

Sanchar Live by Sanchar Live
November 8, 2026
in ଓଡିଶା
0
0
SHARES
6
VIEWS
Facebook
Twitter

ଆଜି ଆଲୋକର ପର୍ବ ଦୀପାବଳି । ସନାତନ ଧର୍ମଧାରାର ଏକ ମୁଖ୍ୟ ପର୍ବ ହେଉଛି ଦୀପାବଳି। କାର୍ତ୍ତିକ ଅମାବାସ୍ୟାର ଘନ ଅନ୍ଧକାରକୁ ଦୂର କରିବା ପାଇଁ ପ୍ରତିଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଘର ଦୁଆର ମୁହଁରେ ଜଳିଉଠେ ଧାଡ଼ି ଧାଡ଼ି ମାଟି ଦୀପ। ଏହି ସୁନ୍ଦର ଆଲୋକମାଳା କେବଳ ପରିବେଶକୁ ଆଲୋକିତ କରେନାହିଁ; ବରଂ ମଣିଷ ମନରୁ ଅଜ୍ଞାନତା, ଦୁଃଖ ଓ ନିରାଶାର ଅନ୍ଧକାରକୁ ଦୂର କରି ଏକ ନୂଆ ଆଶା ସଞ୍ଚାର କରିଥାଏ ବୋଲି ବିଶ୍ବାସ ରହିଛି ।

ଦୀପାବଳି ପାଳନ ପଛରେ ଅନେକ ପୌରାଣିକ ଆଖ୍ୟାନ ରହିଛି। ସବୁଠାରୁ ପ୍ରଧାନ ମାନ୍ୟତା ଅନୁସାରେ, ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର, ମାତା ସୀତା ଏବଂ ଭ୍ରାତା ଲକ୍ଷ୍ମଣଙ୍କ ସହ ୧୪ ବର୍ଷର କଠିନ ବନବାସ ସମାପ୍ତ କରି ଏବଂ ଅଧର୍ମୀ ରାବଣ ଉପରେ ବିଜୟ ଲାଭ କରି ନିଜ ନଗରୀ ଅଯୋଧ୍ୟାକୁ ଫେରିଥିଲେ।

Related posts

ଦୀପାବଳି ରାତିରେ କଡ଼ା ପହରା: ବାଣ ଫୁଟାଇବା ପୂର୍ବରୁ ଜାଣିରଖନ୍ତୁ ନିୟମ

ଦୀପାବଳି ରାତିରେ କଡ଼ା ପହରା: ବାଣ ଫୁଟାଇବା ପୂର୍ବରୁ ଜାଣିରଖନ୍ତୁ ନିୟମ

November 8, 2026
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୪ ଜଣ ଜୀବନ୍ତ ଦଗ୍ଧ

November 7, 2026

ଆନନ୍ଦିତ ଅଯୋଧ୍ୟାବାସୀ ପ୍ରଭୁଙ୍କ ସ୍ୱାଗତ ପାଇଁ ସାରା ନଗରୀକୁ ଘିଅ ଦୀପରେ ସଜାଇ ଦେଇଥିଲେ। ସେହିପରି ଅନ୍ୟ ଏକ ମାନ୍ୟତା ଅନୁସାରେ, ଏହି ତିଥିରେ ଭଗବାନ ଶ୍ରୀକୃଷ୍ଣ ଅତ୍ୟାଚାରୀ ଅସୁର ନରକାସୁରକୁ ବଦ୍ଧ କରି ସମାଜକୁ ଭୟମୁକ୍ତ କରିଥିଲେ। ତେଣୁ ଏହି ପର୍ବ ଅଧର୍ମ ଉପରେ ଧର୍ମର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟର ପ୍ରତୀକ ଭାବେ ସର୍ବତ୍ର ଆଦୃତ।

ଭାରତର ଅନ୍ୟାନ୍ୟ ପ୍ରାନ୍ତ ତୁଳନାରେ ଓଡ଼ିଶାର ଦୀପାବଳି ପରମ୍ପରା ସମ୍ପୂର୍ଣ୍ଣ ନିଆରା ଏବଂ ଭାବପୂର୍ଣ୍ଣ।  କାର୍ତ୍ତିକ ଅମାବାସ୍ୟା ଦିନ ଓଡ଼ିଆ ଘରର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଯେଉଁ ବିଶେଷ ପିଣ୍ଡଦାନ ବା ଶ୍ରାଦ୍ଧ ଦିଆଯାଏ, ତାହାକୁ ‘ପୟା ଶ୍ରାଦ୍ଧ’ କୁହାଯାଏ। ମାନ୍ୟତା ଅଛି ଯେ,  ଆଶ୍ବିନ ମାସର ପିତୃପକ୍ଷରେ ମର୍ତ୍ତ୍ୟମଣ୍ଡଳକୁ ଆସିଥିବା ପିତୃପୁରୁଷମାନେ ଏହି ଦିନ ନିଜ ଲୋକଙ୍କ ସେବା ଓ ଶ୍ରଦ୍ଧା ଗ୍ରହଣ କରି ପୁଣି ନିଜସ୍ଥାନକୁ ଫେରିଯାନ୍ତି।

ସେଥିପାଇଁ ପରିବାରର ମୁଖ୍ୟ ବ୍ୟକ୍ତି ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ କର୍ମ କରିଥାନ୍ତି। ପୟା ଶ୍ରାଦ୍ଧ ପଡ଼ିବା ପରେ ଘରର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ କାଉଁରିଆ କାଠି ବିଡ଼ାକୁ ଜାଳି ଆକାଶ ଆଡ଼କୁ ଦେଖାଇ ଉଚ୍ଚ ସ୍ୱରରେ ଡାକନ୍ତି: “ବଡ଼ବଡୁଆ ହୋ, ଅନ୍ଧାରରେ ଆସ, ଆଲୁଅରେ ଯାଅ… ।’’

ଉତ୍ତର ଭାରତରେ ଏହି ପର୍ବ ମୁଖ୍ୟତଃ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ବନବାସ ଫେରିବା ଖୁସିରେ ପାଳନ କରାଯାଏ। ଅଯୋଧ୍ୟାରେ ଏହି ଦିନ ଲକ୍ଷ ଲକ୍ଷ ମାଟି ଦୀପ ଜଳାଇ ‘ଦୀପୋତ୍ସବ’ ପାଳନ କରାଯାଏ, ଯାହା ବିଶ୍ୱ ପ୍ରସିଦ୍ଧ। ଏଠାରେ ଦୀପାବଳି ପାଞ୍ଚ ଦିନ ବ୍ୟାପୀ ଚାଲେ। ପ୍ରଥମ ଦିନ ଧନତେରସ୍‌, ଦ୍ୱିତୀୟ ଦିନ ଛୋଟି ଦୀପାବଳି, ତୃତୀୟ ଦିନ ମୁଖ୍ୟ ଦୀପାବଳି ଓ ଲକ୍ଷ୍ମୀ ପୂଜା, ଚତୁର୍ଥ ଦିନ ଗୋବର୍ଦ୍ଧନ ପୂଜା ଏବଂ ପଞ୍ଚମ ଦିନ ଭାଇଦୂଜ୍ ପାଳନ କରାଯାଏ। ସେହଭଳି ପଶ୍ଚିମବଙ୍ଗ, ଆସାମ ଓ ଓଡ଼ିଶାର କେତେକ ସ୍ଥାନରେ ଦୀପାବଳି ଦିନ ରାତିରେ ମା’ କାଳୀଙ୍କୁ ପୂଜା କରାଯାଏ। ଅନ୍ଧାର ରାତିରେ ଶକ୍ତି ସ୍ୱରୂପା ମାଆ ମହାକାଳୀଙ୍କ ଆରାଧନା କରାଯାଇ ମନରୁ ଭୟ ଓ ନକାରାତ୍ମକତା ଦୂର କରିବାକୁ ପ୍ରାର୍ଥନା କରାଯାଏ।

ଓଡ଼ିଶାର ଭଦ୍ରକ, ପିପିଲି ଓ ଯାଜପୁର ଭଳି ଅଞ୍ଚଳରେ କାଳୀ ପୂଜା ଅତ୍ୟନ୍ତ ଧୂମଧାମ୍‌ରେ ପାଳିତ ହୋଇଥାଏ। ଦୀପାବଳିର କିଛି ଦିନ ପୂର୍ବରୁ ଲୋକେ ନିଜ ନିଜ ଘରକୁ ଭଲଭାବେ ସଫାସୁତୁରା କରନ୍ତି । ମାନ୍ୟତା ଅଛି ଯେ, ସ୍ୱଚ୍ଛ ଗୃହରେ ମା’ ଲକ୍ଷ୍ମୀ ବାସ କରନ୍ତି । ଘରର ଚାରିପାଖକୁ ରଙ୍ଗବେରଙ୍ଗର ବୈଦ୍ୟୁତିକ ଆଲୋକମାଳା ଏବଂ ମାଟି ଦୀପ ଲଗାଇ ସଜାଯାଏ। ଏହି ଦିନ ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି ।

ପରିବାରର ସଦସ୍ୟ, ପଡ଼ୋଶୀ ଏବଂ ସମ୍ପର୍କୀୟମାନଙ୍କୁ ମିଠା ବଣ୍ଟନ କରାଯାଏ ଏବଂ ଶୁଭେଚ୍ଛା ଜଣାଯାଏ। ସନ୍ଧ୍ୟା ସମୟରେ ଘରର ଠାକୁର ଘରେ ବା ବ୍ୟବସାୟ ପ୍ରତିଷ୍ଠାନରେ ମା’ ଲକ୍ଷ୍ମୀ ଏବଂ ପ୍ରଭୁ ଗଣେଶଙ୍କର ବିଶେଷ ପୂଜା କରାଯାଏ । ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ଗୃହର ପ୍ରତ୍ୟେକ କୋଣରେ ମାଟି ଦୀପ ଓ ମହମବତୀ ଜଳାଯାଏ । ଦୀପାବଳି ପାଳନର ଶୈଳୀ ଭିନ୍ନ ହେଲେ ମଧ୍ୟ ଏହାର ମୂଳ ଭାବନା ଏକ। ଏହା ସମଗ୍ର ମାନବ ସମାଜକୁ ଶିକ୍ଷା ଦିଏ ଯେ, ସତ୍ୟର ସଦାବେଳେ ବିଜୟ ହୁଏ ଏବଂ ପ୍ରେମ ତଥା ସଦ୍‌ଭାବନାର ଆଲୋକରେ ହିଁ ସଂସାରର ସବୁ ଅନ୍ଧକାରକୁ ଦୂର କରାଯାଇ ପାରିବ।

Tags: Diwalihappy diwali

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ୧୯ ବର୍ଷରୁ କମ୍ ଏସୀଆ କପରେ ଭାରତର ପରାଜୟ: ହରାଇଲା ପାକିସ୍ତାନ
  • ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଆଜି ବିଜେପିର ଭୀଷ୍ମ ପିତାମହ ଲାଲକୃଷ୍ଣ ଆଡଭାନୀଙ୍କ ଜନ୍ମଦିନ

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.