ଯଦି ଆପଣ PF ସମ୍ପର୍କିତ ନୂଆ ଅପଡେଟ୍ ଜାଣିବାକୁ ଚାହୁଁଛନ୍ତି, ତେବେ ଏବେ ଗୋଟିଏ କ୍ଲିକ୍ରେ ପାଇପାରିବେ ଗୁରୁତ୍ୱପୂର୍ଣ୍ଣ ସୂଚନା। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ନିଜର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଜରିଆରେ ସଦସ୍ୟଙ୍କ ପାଖରେ ଯୋଜନା ସମ୍ପର୍କିତ ସୂଚନା ପହଞ୍ଚାଉଛି। ଗତ ଏକ ବର୍ଷ ଧରି ଏହି ଡିଜିଟାଲ୍ ମାଧ୍ୟମରେ PF, ପେନସନ୍ ଓ ବୀମା ଯୋଜନା ସମ୍ପର୍କିତ ଅପଡେଟ୍ ସେୟାର କରାଯାଉଛି। ଏହାଦ୍ୱାରା କର୍ମଚାରୀ ଓ ନିଯୁକ୍ତିଦାତା ଉଭୟ ଉପକୃତ ହୋଇପାରିବେ।
କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) ସହ ଦେଶର କୋଟି କୋଟି କର୍ମଚାରୀ ଜଡ଼ିତ ଅଛନ୍ତି। ଏହି ସଦସ୍ୟମାନଙ୍କୁ PF, ପେନସନ୍ ଏବଂ ବୀମା ଯୋଜନା ସମ୍ପର୍କିତ ସଠିକ୍ ସୂଚନା ଯୋଗାଇବା ପାଇଁ EPFO ବିଭିନ୍ନ ଡିଜିଟାଲ୍ ମାଧ୍ୟମର ବ୍ୟବହାର କରୁଛି। ଏହି କ୍ରମରେ ହ୍ୱାଟ୍ସଆପ୍ ଚ୍ୟାନେଲ୍ ଜରିଆରେ ମଧ୍ୟ ସଦସ୍ୟଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ପହଞ୍ଚାଉଛି ସଂଗଠନ।
EPFOର ହ୍ୱାଟ୍ସଆପ୍ ଚ୍ୟାନେଲ୍ ଆରମ୍ଭ ହେବା ପରଠାରୁ ଏହାର ସଦସ୍ୟ ସଂଖ୍ୟା ବଢ଼ୁଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏବେ ବି ଅନେକ ସଦସ୍ୟ ଏହି ଚ୍ୟାନେଲ୍ ସହ ଯୋଡ଼ି ହୋଇନାହାନ୍ତି। ଏହା ମାଧ୍ୟମରେ EPFOର ବିଭିନ୍ନ ଯୋଜନା ଓ ନିଷ୍ପତ୍ତି ସମ୍ପର୍କରେ ନିୟମିତ ସୂଚନା ପାଇପାରିବେ କର୍ମଚାରୀ।
କେଉଁ ସୂଚନା ମିଳିବ?
EPFOର ହ୍ୱାଟ୍ସଆପ୍ ଚ୍ୟାନେଲ୍ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF), କର୍ମଚାରୀ ପେନସନ୍ ଯୋଜନା (EPS) ଏବଂ କର୍ମଚାରୀ ଜମା ଲିଙ୍କ୍ଡ୍ ବୀମା (EDLI) ଯୋଜନା ସମ୍ପର୍କିତ ବିଭିନ୍ନ ସୂଚନା ମିଳିଥାଏ। ଏହା ସହ ଯୋଜନାରେ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ସମୟସୀମା, ନୂଆ ପଦକ୍ଷେପ ଏବଂ ସଦସ୍ୟଙ୍କ ଅଭିଯୋଗ ସମାଧାନ ପାଇଁ ଆୟୋଜିତ ଶିବିର ସମ୍ପର୍କରେ ମଧ୍ୟ ଅପଡେଟ୍ ଦିଆଯାଏ। ଏହି ସୂଚନା କେବଳ କର୍ମଚାରୀଙ୍କ ପାଇଁ ନୁହେଁ, ନିଯୁକ୍ତିଦାତାଙ୍କ ପାଇଁ ମଧ୍ୟ ଉପଯୋଗୀ
