Monday, October 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ନଵୀକୃତ କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Sanchar Live by Sanchar Live
October 5, 2026
in ଓଡିଶା
0
ନଵୀକୃତ କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
0
SHARES
1
VIEWS
FacebookTwitter

ନଵୀକୃତ କଳିଙ୍ଗ ଷ୍ଟୁଡିଓର ହେଲା ଲୋକାର୍ପଣ । ରାଜଧାନୀ ଭୁବନେଶ୍ୱରରେ ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ଆଜି ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନବୀକରଣ ପରେ ନୂଆ ରୂପରେ ଫେରିଛି ଐତିହାସିକ କଳିଙ୍ଗ ଷ୍ଟୁଡିଓ । ଏଣିକି ଓଡ଼ିଶାରେ ହିଁ ମିଳିବ ବରଫର ମଜା ।

ଷ୍ଟୁଡିଓ ପରିସରରେ ରହିଛି ସ୍ନୋ ୱାର୍ଲ୍ଡ, ଯେଉଁଠି ବରଫର ପରିବେଶ ଓ ଶୀତଳ ଅନୁଭୂତି ପର୍ଯ୍ୟଟକଙ୍କୁ ଦେବ ଏକ ଭିନ୍ନ ଅନୁଭବ । ଫିଲ୍ମ ଶୁଟିଂ ସହ ପର୍ଯ୍ୟଟନ ଓ ମନୋରଞ୍ଜନର ନୂଆ କେନ୍ଦ୍ର ଭାବେ କଳିଙ୍ଗ ଷ୍ଟୁଡିଓକୁ ବିକଶିତ କରାଯାଇଛି । ସ୍ନୋ ୱାର୍ଲ୍ଡ ପାଇଁ ମଧ୍ୟ ପ୍ରବେଶ ଟିକେଟ୍ ବ୍ୟବସ୍ଥା ରହିଛି । ଫଳରେ ରାଜଧାନୀରେ ମନୋରଞ୍ଜନ ସହ ନୂଆ ପର୍ଯ୍ୟଟନ ଅନୁଭୂତି ପାଇବାର ସୁଯୋଗ ମିଳିବ ।

ଏହା ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବୈଷୟିକ କାର୍ଯ୍ୟ ପାଇଁ ଆଉ ଅନ୍ୟ ରାଜ୍ୟମୁହାଁ ହେବାକୁ ପଡ଼ିବ ନାହିଁ। ଏଥିରେ ଅନେକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଯାଇଛି। ଆଗାମୀ ଦିନରେ ଆହୁରି ଅନେକ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅତ୍ୟାଧୁନିକ ସୁବିଧାରେ ସଜ୍ଜିତ ନୂତନ କଳିଙ୍ଗ ଷ୍ଟୁଡ଼ିଓ ବଦଳୁଥିବା ସମୟ ଏବଂ ଡିଜିଟାଲ୍ ଯୁଗର ଆବଶ୍ୟକତାକୁ ଆଖି ଆଗରେ ରଖି କଳିଙ୍ଗ ଷ୍ଟୁଡ଼ିଓକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ଇକୋସିଷ୍ଟମ ଭାବେ ବିକଶିତ କରାଯାଇଛି। ଏଠାରେ ଇନ୍‌ଡୋର୍ ଶୁଟିଂ ଫ୍ଲୋର୍, ସ୍ନୋ-ହାଉସ୍, କ୍ରୋମା ଫ୍ଲୋର୍, ଟେକ୍-ଜୋନ୍, ସାଉଣ୍ଡ ରେକର୍ଡିଂ, ଡବିଂ, ଏଡିଟିଂ ଏବଂ ପୋଷ୍ଟ-ପ୍ରଡକ୍ସନ୍ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।

ଏହାବ୍ୟତୀତ ଚଳଚ୍ଚିତ୍ର ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଏକ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମ ମଧ୍ୟ ସ୍ଥାପନ କରାଯାଇଛି, ଯେଉଁଠାରେ ପୁରୁଣା ଫିଲ୍ମ, ପୋଷ୍ଟର, ଫଟୋଗ୍ରାଫ୍ ଏବଂ ଐତିହାସିକ ଦଲିଲଗୁଡ଼ିକୁ ସଂରକ୍ଷିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟୁଡ଼ିଓ ଏବଂ ଓଡ଼ିଆ ସିନେମାର ପୁରୁଣା ଇତିହାସକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ, ପଚାଶ ଓ ଷାଠିଏ ଦଶକରେ ‘ମା’, ‘ଅମଡ଼ାବାଟ’, ‘ମାଟିର ମଣିଷ’ ପରି କାଳଜୟୀ ଚଳଚ୍ଚିତ୍ରଗୁଡ଼ିକ ଓଡ଼ିଆ ସାହିତ୍ୟ ସହିତ ସିନେମାର ଏକ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରିଥିଲା। ଓଡିଶାରେ ସିନେମା ନିର୍ମାଣ କରିବା ପାଇଁ ୧୯୮୦ ମସିହାରେ କଳିଙ୍ଗ ଷ୍ଟୁଡ଼ିଓ ପ୍ରତିଷ୍ଠା ହୋଇଥିଲେ ମଧ୍ୟ, ସମୟକ୍ରମେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ପ୍ରଯୁକ୍ତିବିଦ୍ୟାରେ ଆସିଥିବା ଦ୍ରୁତ ପରିବର୍ତ୍ତନ କାରଣରୁ ଏହାର ନବୀକରଣ ଅନିବାର୍ଯ୍ୟ ହୋଇପଡ଼ିଥିଲା।

ରାଜ୍ୟର ପ୍ରତିଭାବାନ ଯୁବପିଢ଼ିଙ୍କ ପ୍ରତି ଗଭୀର ଆଶା ପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଯୁବବର୍ଗ ଅଭିନୟ, ନିର୍ଦ୍ଦେଶନା, ସିନେମାଟୋଗ୍ରାଫି, ଆନିମେସନ୍, ସାଉଣ୍ଡ ଡିଜାଇନ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମ ପାଇଁ କାହାଣୀ ଲେଖିବାରେ ବେଶ୍ ଆଗୁଆ ଅଛନ୍ତି। କଳିଙ୍ଗ ଷ୍ଟୁଡ଼ିଓ ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ଏକ ପ୍ରମୁଖ ମାଧ୍ୟମ ପାଲଟିବ। ନିଜର ମୌଳିକ କାହାଣୀ, ଲୋକକଥା, ଇତିହାସ ଏବଂ ସାଂସ୍କୃତିକ ପୃଷ୍ଠଭୂମିକୁ ଆଧାର କରି ସିନେମା ନିର୍ମାଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଏହି ଲୋକାର୍ପଣ ଅବସରରେ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ ଏହାର ରୂପାନ୍ତରଣ ଓ ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ମତବ୍ୟକ୍ତ କରିଛନ୍ତି ।  ପୁନଃବିକଶିତ କଳିଙ୍ଗ ଷ୍ଟୁଡିଓକୁ ଏକ ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ କମ୍ପ୍ଲେକ୍ସ ଭାବରେ ବିକଶିତ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।

ଏଠାରେ ଚଳଚ୍ଚିତ୍ରର ପ୍ରଡକ୍ସନ୍ ଠାରୁ ଆରମ୍ଭ କରି ପୋଷ୍ଟ-ପ୍ରଡକ୍ସନ୍ ପର୍ଯ୍ୟନ୍ତ ସମସ୍ତ ଆବଶ୍ୟକତା ପୂରଣ କରିବାର ସୁବିଧା ରହିଛି। ଚଳଚ୍ଚିତ୍ର ଶିଳ୍ପ କେବଳ କେବଳ ମନୋରଞ୍ଜନର କ୍ଷେତ୍ର ନୁହେଁ, ବରଂ ଏହା ଏକ ବିଶାଳ ଆର୍ଥିକ ଇକୋସିଷ୍ଟମ୍ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି ।  ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (OFDC)ର ନୂତନ ଅଫିସିଆଲ୍ ପୋର୍ଟାଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚିତ କରିଥିଲେ।

Tags: cm mohan majhiKalinga studio
ShareTweetShareSend
Sanchar Live

Sanchar Live

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ନଵୀକୃତ କଳିଙ୍ଗ ଷ୍ଟୁଡିଓର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
  • ଯୌନ ନିର୍ଯାତନା ଘଟଣାକୁ ନେଇ ସୁପ୍ରିମକୋର୍ଟଙ୍କ ଉଦବେଗ
  • ନିଦରୁ ଉଠିବାମାତ୍ରେ କାହିଁକି ଖୋଜନ୍ତି ମୋବାଇଲ?
  • ମେଡିସିନରେ ୩ ବିଜ୍ଞାନୀଙ୍କୁ ନୋବେଲ ପୁରସ୍କାର
  • ପୁରୀ ଆସୁଥିଲେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଜୀବନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • October 2026
  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.